Pratidin TV

Odisha's Digital News Platform

ଦୁର୍ଘଟଣାର ୯ ମାସ ପରେ ମିଳିଲା ୩ ଯବାନଙ୍କ ମୃତଦେହ ..

1 min read

ଦୁର୍ଘଟଣାର ୯ ମାସ ପରେ ବରଫ ଗଦାରୁ ୩ ସେନା ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତବର୍ଷ ଅକ୍ଟୋବରରେ ସେନା ଟିମ୍ ଲଦାଖର ମାଉଣ୍ଟ କୁନ ଠାରେ ଡ୍ୟୁଟି କରୁଥିବା ବେଳେ ବରଫସ୍ଖଳନର ଶିକାର ହୋଇଥିଲେ।  ଯେଉଁଥିରେ  ୩ ଜଣଙ୍କ ମୃତଦେହ ନିଖୋଜ ହୋଇଯାଇଥିଲା। ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ବ୍ରିଗେଡିୟର ଏସ୍ଏସ୍ ଶେଖାୱତଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଥିଲା।ଦୀର୍ଘ ୯ ମାସ  ଧରି ପ୍ରତିଦିନ ସିଧା ୧୦ ରୁ ୧୨ ଘଣ୍ଟା ୧୮,୭୦୦ ଫୁଟରେ ଖୋଳା ଯାଇଥିଲା। ଟନ୍ ଟନ୍ ବରଫ ହଟାଯିବା ପରେ ମୃତଦେହ ମିଳିଛି।

ଏହି ଅପରେସନ ମୋ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଅପରେସନ ଥିଲା ବୋଲି ଏସ୍ଏସ୍ ଶେଖାୱତ କହିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ହାଇ ଅଲ୍ଟିଟ୍ୟୁଡ୍ ୱାରଫେର ସ୍କୁଲଓ ଭାରତୀୟ ସେନାର ଆର୍ମି ଆଡଭେଞ୍ଚର ୱିଙ୍ଗର ଟିମ୍ ମାଉଣ୍ଟ କୁନ ନିକଟରେ ନିୟମିତ ପ୍ରଶିକ୍ଷଣରେ ବ୍ୟସ୍ତ ଥିଲେ। ଏହି ସମୟରେ ହିମ ସ୍କଳନ ହେବାରୁ ସେନା ଯବାନ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବରଫ ତଳେ ଚାପି ହୋଇଯାଇଥିଲେ। ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ହୋଇଯାଇଥିଲେ।

Advertisement

Leave a Reply

Your email address will not be published. Required fields are marked *