Pratidin TV

Odisha's Digital News Platform

ମଥାରେ ସିନ୍ଦୂର, ଲାଲ ରଙ୍ଗର ସୁଟ୍‌ ସହ ବେବି ବମ୍ପରେ ଅନନ୍ତଙ୍କ ବିବାହରେ ଚମକିଲେ ଦୀପିକା

1 min read

ଅନନ୍ତ ଅମ୍ବାନୀ ଏବଂ ରାଧିକା ଙ୍କ ବିବାହ ଉତ୍ସବରେ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଡେଟିଂ କରିବା ପରେ, ବର୍ତ୍ତମାନ ସମ୍ପର୍କ ଏକ ନାମ ପାଇବାକୁ ଯାଉଛି | ଭାରତ ଏବଂ ବିଦେଶରୁ ଆସିଥିବା ଅତିଥିମାନେ ଅମ୍ବାନୀ ପରିବାରର ରାଜକୀୟ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ବଲିଉଡ ତାରକାମାନେ ନିଜର ଆଲୋକ ବିସ୍ତାର କରୁଥିବାବେଳେ ଗର୍ଭବତୀ ହେବା ପରେ ମଧ୍ୟ ଦୀପିକା ପାଦୁକୋନ ଅମ୍ବାନୀ ପରିବାରର ସୁଖରେ ସାମିଲ ହୋଇଛନ୍ତି ।

ଅନନ୍ତ ଅମ୍ବାନୀ ବିବାହରେ ରଣବୀର ସିଂହ ଖୁବ୍ ଧୂମ ମଚାଇଛନ୍ତି । ଏହାରି ଭିତରେ ଦୀପିକା ପାଦୁକୋନ ବି ସାମିଲ ହୋଇଥିଲେ । ବହୁ ଚର୍ଚ୍ଚିତ ବିବାହ ଉତ୍ସବରେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ମସ୍ତାନୀ ଗାର୍ଲ । ତାଙ୍କର ସୌନ୍ଦର୍ଯ୍ୟ ଦେଖୁବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ହୋଇପଡିଥିଲେ ଚକିତ ।

Advertisement

ରେଡ଼ ଓ ଗୋଲଡେନ୍‌ ସୁଟ୍, ରେଡ଼ ଚୋକର, ହେବି ଇୟର ରିଙ୍ଗ ପିନ୍ଧିଥିଲେ ଦୀପିକା । ତେବେ ସବୁଠୁ ଖାସ୍ ଥିଲା ମଥାରେ ସିନ୍ଦୂର । ଯାହା ସୌନ୍ଦର୍ଯ୍ୟରେ ଲଗାଇଦେଇଥୁଲା ଚାରଚାନ୍ଦ୍ । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଲା ବେବି ବମ୍ପ ସହ କାଜୁଆଲ ଲୁକ୍‌ ଅନେକ ପସନ୍ଦ କରିଥିଲେ ଦର୍ଶକ । ଅଭିନେତ୍ରୀ ତାଙ୍କ କେଶରେ ଗଜରା ଲଗାଇ ରିସ୍ପେସନ ଅନ୍ଦାଜରେ ଆସିଥିଲେ ନଜର ।

ଏହାରି ଭିତରେ ଦୀପିକା ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିଥିଲେ । ଭେନ୍ୟୁରେ ଦୀପିକା ପାଦୁକୋନଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *