Pratidin TV

Odisha's Digital News Platform

ମାଆ ହେବେ କ୍ୟାଟ୍ରିନା ! ରାଧିକା ଅନନ୍ତ ଙ୍କ ବିବାହରେ ଅଭିନେତ୍ରୀଙ୍କ ଦିଶିଲା ବେବିବମ୍ପ..

1 min read

ମାଆ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। ଖୁବଶୀଘ୍ର ଅଭିନେତା ବିକ୍କି ଏବଂ କ୍ୟାଟ୍ରିନା ଙ୍କ ଘରକୁ ଆସିବାକୁ ଯାଉଛି ଖୁସି ଖବର । ଏପରି କିଛି ଖବର ଏବେ ଚର୍ଚ୍ଚା ର ଶିରୋନାମା ପାଲଟିଛି । ରାଧିକା ଅନନ୍ତ ଙ୍କ ବିବାହରେ କ୍ୟାଟ୍ରିନାଙ୍କ ଭିଡିଓ ଭାଇରଲ ହେବାପରେ  କ୍ୟାଟ୍ରିନା  ମା’ ହେବାକୁ ଯାଉଥିବା କୁହାଯାଉଛି।

କଟ୍ରିନା ସ୍ବାମୀ ବିକ୍କିଙ୍କ ସହ ବିବାହ ଉତ୍ସବ ରେ ସାମିଲ ହୋଇଥିଲେ। ଲାଲ ରଙ୍ଗର ସାଧାରଣ ଶାଢ଼ିରେ ସେ ବେଶ ସୁନ୍ଦର ଲାଗୁଥିଲେ। ହୀରାର ହାର ତାଙ୍କ ଲୁକ୍‌କୁ ଦ୍ୱିଗୁଣିତ କରିଥିଲା। ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଟ୍ରିନାଙ୍କ ବେବି ବମ୍ପ। ଦୁହିଁଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି ବୋଲି ସମସ୍ତେ କହୁଛନ୍ତି । ତାଙ୍କ ମୁହଁରେ ଥିବା ଗ୍ଲୋ ସବୁକିଛି କହୁଛି। ଏବେ ବେବି ବମ୍ପ ମଧ୍ୟ ନଜର ଆସିଲାଣି ବୋଲି ଅନେକେ କହୁଛନ୍ତି। ହେଲେ ବିକ୍କି ଓ କ୍ୟାଟ୍ରିନା ଏହାକୁ ନେଇ ଏଯାଏ ମୁହଁ ଖୋଲି ନାହାନ୍ତି। ତେବେ ଦୁହେଁ ୨୦୨୧ରେ ବିବାହ କରିଥିଲେ। ଏହାପରଠାରୁ ଅନେକ ଥର ସେ ଗର୍ଭବତୀ ଥିବାର ଖବର ଚର୍ଚ୍ଚାକୁ ଆସୁଛି। ଗତ କିଛିଦିନ ପରେ ଏହି ଖବର ପ୍ରକୃତ ସତ ସାମ୍ନାକୁ ଆସିଯିବ।

Advertisement

Leave a Reply

Your email address will not be published. Required fields are marked *