Pratidin TV

Odisha's Digital News Platform

ରତ୍ନ ଭଣ୍ଡାରକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ, ଭିତରେ ଅଛି ରହସ୍ୟମୟ ସୁଡ଼ଙ୍ଗ

ରତ୍ନଭଣ୍ଡାର ଖଳିବା ପୂର୍ବରୁ ଚାଲିଛି ପ୍ରସ୍ତୁତି | ରତ୍ନଭଣ୍ଡାରକୁ ଯିବା ପାଇଁ ରହିଛି ଏହି ସବୁ | ଯେଉଁ ସମୟରେ କମିଟି ସଦସ୍ୟମାନେ ରତ୍ନଭଣ୍ଡାରକୁ ଯିବେ ସେମାନେ ସମସ୍ତେ ବର୍ଜନ କରିଥିବା ଆବଶ୍ୟକ | ଏହାସହ ସମସ୍ତେ ସେବାୟତ ଡ୍ରେସକୋଡ଼ରେ ପ୍ରବେଶ କରିବା ନେଇ ସୁଚନା ରହିଛି |

ସେହିପରି ରତ୍ନଭଣ୍ଡାର ପ୍ରବେଶ କରିବା ପୂର୍ବରୁ ବାବା ଲୋକନାଥଙ୍କର ପୂଜାର୍ଚ୍ଚନା କରାଯିବ | ସାପର ଭୟ ଥିବାରୁ ନିଆଯିବ ପଦକ୍ଷପ | ପ୍ରବେଶ ପୂର୍ବରୁ କରାଯିବ ଆଲୋକର ବ୍ୟବସ୍ଥା | ଏହାସହ ସ୍ନେକ ହେଲ୍ପଲାଇନର ମଧ୍ୟ ସହଯୋଗ ନିଆଯିବ | ସେପଟେ ରତ୍ନଭଣ୍ଡାରକୁ ନେଇ ପୂର୍ବରୁ ବହୁ ରହସ୍ୟ ରହିଛି | ଯେଉଁ ରହସ୍ୟ ଏବେ ମଧ୍ୟ ରହସ୍ୟ ଘେରରେ | ତେବେ ବହୁ ବର୍ଷ ପୂର୍ବେ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ତତକାଳୀନ ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର | କିନ୍ତୁ ସେ ଆସିବା ପରେ ଦେଇଥିଲେ ଚାଞ୍ଚଲ୍ୟକର ତଥ୍ୟ |

ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ, ସେ ଗୋଟିଏ ଦୀପ ନେଇ ଭିତରକୁ ଯାଇଥିଲେ | ସେଠାରେ ସେ ୨ଟି ଦ୍ୱାରା ଦେଖିଥିଲେ | ଗୋଟେ ହେଉଛି ପୂର୍ବ ଦ୍ୱାର ଏବଂ ନୀତି ହେଉଛି ପଶ୍ଚିମ ଦ୍ୱାର | ଏହାସହ ସେ ଚଟାଣରେ ଗୋଟିଏ ଗର୍ତ୍ତ ମଧ୍ୟ ଦେଖିଥିଲେ | ଏହି ୨ଟି ଦ୍ୱାରା ନିକଟରେ ସାପ ଚାଲିଯିବାର ଛାପ ମଧ୍ୟ ଦେଖିଥିଲେ | ଏହି ୨ଟି ଦ୍ୱାରା ଛଡା ମଧ୍ୟ ଆଉ ଏକ ଦ୍ୱାରା ଥିଲା ଝା ନରେନ୍ଦ୍ର ପୁଷ୍କରଣୀ ନିକଟରେ ପହଞ୍ଚିଥିଲା | ତେବେ କୁହାଯାଇଛି ଯେ ପୂର୍ବରୁ ଜଣେ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ | ମଶାଲ ନେଇ ସେହି ବ୍ୟକ୍ତି ଜଣକ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ ଓ ତା’ ପରେ ସେ ଫେରିନଥିଲେ | କିନ୍ତୁ ଭଣ୍ଡାର ଭିତରୁ ୨ଟି ପାରା ଆସିଥିଲେ | ଏମିତି କିଛି ବହୁ ରହସ୍ୟ ଯୋଡି ହୋଇ ରହିଛି ରତ୍ନଭଣ୍ଡାର ଭିତରେ | ତେବେ ବର୍ତ୍ତମାନ ରତ୍ନଭଣ୍ଡାର ଖୋଲିବା ନେଇ ଚୂଡାନ୍ତ ହୋଇସାରିବା ପରେ ସବୁ ପ୍ରସ୍ତୁତି ହୋଇସାରିଛି |

Leave a Reply

Your email address will not be published. Required fields are marked *