ଖୋଲିଲା ମହାପ୍ରଭୁଙ୍କର ରତ୍ନ ଭଣ୍ଡାର , ହେଲେ ଆଜି ହେବନି ଗଣତି..
1 min readଦୀର୍ଘ ୪୬ ବର୍ଷ ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା ମହାପ୍ରଭୁଙ୍କର ରତ୍ନ ଭଣ୍ଡାର । ହେଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ର ଆଜି ହେବନି ଗଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ମଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା ତେଣୁ ପ୍ରଥମେ ରତ୍ନଭଣ୍ଡାର ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ହେବ। ତେଣୁ ଆଜି ଗଣତି ହେବନି। କେବଳ ଭିତର ଓ ବାହାରର ଚାବି ଖୋଲାଯିବ।
ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଯାଇଛି ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି । ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ।ଉଦ୍ୟମ ଆରମ୍ଭ । ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା।