ରତ୍ନ ଭଣ୍ଡାର ଭିତରୁ ବାହାରିଲେ ଓଡ୍ରାଫ୍ ଟିମ୍ ..
1 min readସବୁ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର । ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ଖୋଲାଯାଇଥିବା ସ୍ପଷ୍ଟ ହୋଇଛି । ରତ୍ନଭଣ୍ଡାର ଚାବିରେ ତାଲା ନଖୋଲିବା ପରେ କଟରରେ ଭିତର ରତ୍ନଭଣ୍ଡାର ତାଲା କଟାଯାଇ ଖୋଲାଯାଇଛି । ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଦେଉଳକରଣ । ତେବେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରୁ ବାହାରକୁ ବାହାରିଛନ୍ତି ଓଡ୍ରାଫ୍ ଟିମ୍ ।
ନିଜ ସାଜସରଞ୍ଜାମ ଧରି ଫେରିଗଲେ ଟିମ । ଆଜି ଆଉ ଆବଶ୍ୟକ ନପଡ଼ିବାରୁ ଟିମ୍ ଫେରିଯାଇଥିବା ସୂଚନା ରହିଛି ।ଅନ୍ୟପଟେ ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିବା ସୂଚନା । ଯାହାପରେ ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ । ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ବାହାରକୁ ଫେରିଲେ । ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା ‘ଆମକୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ । ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ । ଏବେ ଆମକୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।