ଅଭିନେତ୍ରୀରୁ ରାଜନେତ୍ରୀ ସାଜିବେ କଙ୍ଗନା , ଏହି ରାଜ୍ୟର ଲୋକମାନଙ୍କ ପାଇଁ ନିର୍ବାଚନ ଲଢିବେ ..
1 min readନୂଆଦିଲ୍ଲୀ : ବଲିଉଡ୍ର ହଟ୍ କୁଇନ୍ । ଏହା ସହ ତାଙ୍କୁ ଧାକଡ୍ କୁଇନ କହିଲେ ମଧ୍ୟ କିଛି କମ ହେବ ନାହିଁ । ନିଜର ମତାମତ ରଖିବା ପାଇଁ କାହାକୁ ଡରନ୍ତିନି ଏହି ନାୟିକା ଜଣଙ୍କ । ଆକ୍ଟିଙ୍ଗ ଭଳି ରାଜନିତୀରେ ମଧ୍ୟ ବେଶ୍ ନିପୁଣ ସେ । ନିକଟରେ କିଛି ବର୍ଷ ପୁର୍ବେ ସେ ହରାଇଥିବା ନିଜ ଟ୍ୱିଟ୍ର ଆକାଉଣ୍ଟକୁ ଫେରିପାଇଛନ୍ତି କଙ୍ଗ୍ନା । ଏନେଇ ଟ୍ୱିଟ୍ର ମାଲିକ ଏଲନ୍ ମସ୍କକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ସେ । ତେବେ ଏହି ଧାକଡ୍ କୁଇନ ଜଣକ ବର୍ତ୍ତମାନ ଲୋକମାନଙ୍କ ସେବା କରିବାକୁ ମନ ବଳାଇଛନ୍ତି । ମାନେ ସେ ବତ୍ତମାନ ବଲିଉଡ୍ ଛାଡି ରାଜନିତୀରେ ପାଦ ଥୋଇବାକୁ ମନ ବଳାଇଛନ୍ତି । ଆଜ ତକ୍ର ଏକ ଇଣ୍ଟରଭ୍ୟୁରେ ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁ୍ଯାୟୀ ଆସନ୍ତା ୨୦୨୪ ନିର୍ବାଚନରେ ହିମାଚଳପ୍ରଦେଶରୁ ନିର୍ବାଚନ ଲଢ଼ିବା ପାଇଁ କଙ୍ଗନା ଏହି ଇଚ୍ଛା ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ଯଦି ହିମାଚଳବାସୀ ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତା’ହେଲେ ଏହା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି କଙ୍ଗନା କହିଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ସାକ୍ଷାତକାର ବେଳେ କଙ୍ଗନା ଏହା କହିଛନ୍ତି।
କଙ୍ଗନା କହିଛନ୍ତି ଯେ, ଯେଭଳି ପରିସ୍ଥିତି ହେଉ ନା କାହିଁକି, ଯଦି ସରକାର ଚାହିଁବେ ମୁଁ ଏଥିରେ ଅଂଶଗ୍ରହଣ କରେ, ତା’ହେଲେ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିବି। ଏଥିପାଇଁ ଯଦି ମୋତେ ରାଷ୍ଟ୍ରୀୟ ସେବକ ହେବାକୁ ପଡ଼େ, ତା’ହେଲେ ମୁଁ ପରିବାର କିମ୍ବା ପିଲାଛୁଆ ଏପରିକି ଅନ୍ୟ କ୍ୟାରିୟର ବିକଳ୍ପ କଥା ମଧ୍ୟ ଚିନ୍ତା କରିବି ନାହିଁ। କାରଣ ଜଣେ ରାଜନେତା ସରକାରୀ କର୍ମଚାରୀଙ୍କ ବ୍ୟତୀତ ଆଉ କିଛି ହେବା ଉଚିତ୍ ନୁହେଁ।’ କଙ୍ଗନା ଆହୁରି କହିଛନ୍ତି ଯେ, ରାଜନୀତି ଚା ’କପ୍ ନୁହେଁ। କିନ୍ତୁ ଯଦି ଦେଶବାସୀ ଚାହାନ୍ତି ମୁଁ ସେମାନଙ୍କର ସେବା କରେ ତା’ହେଲେ ମୁଁ ମୋ ଜୀବନକୁ ଉତ୍ସଗୀକୃତ କରିବା ସହ ରାଜନୀତିରେ ଯୋଗ ଦେବି।