Pratidin TV

Odisha's Digital News Platform

ମହିଳାଙ୍କୁ ମାଗଣା ବସ ସେବା ଯୋଗାଇଦେଇ ଅଡ଼ୁଆରେ ସରକାର , ବଢ଼ିବ ବସ ଭଡ଼ା ..

1 min read

ମହିଳାଙ୍କୁ ମାଗଣା ସେବା ଦେବା ସରକାରଙ୍କୁ ପଡ଼ିଗଲା ମହଙ୍ଗା । ମହିଳାଙ୍କୁ ମାଗଣା ବସ  ସେବା ଯୋଗାଇ କ୍ଷତି ସହୁଛନ୍ତି ସରକାର ।  ଯେଉଁଥିପାଇଁ ରାଜ୍ୟରେ ବସ୍‌ ଭଡ଼ା ୧୫ରୁ ୨୦% ବଢ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରପ୍ରୋଜାଲ ଦେଇଛି ନିଗମ । ଏଥିରେ ମୋହର ବାଜିଲେ ଯାତ୍ରୀଙ୍କ ଉପରେ ପଡ଼ିବ ଅଧିକ ବୋଝ । କର୍ଣ୍ଣାଟକାର NWKRTC (North Western karnataka Road Tansport Corporation) ର ଚେୟାରମ୍ୟାନ ତଥା କଂଗ୍ରେସ ନେତା ରାଜୁ କାଗେଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା ନିମନ୍ତେ ଶକ୍ତି ଯୋଜନା ଆରମ୍ଭ ହେବା ପରଠୁ NWKRTC ୨୯୫ କୋଟି ଟଙ୍କା କ୍ଷତିରେ ଚାଲିଛି।

ତେଣୁ ବୋର୍ଡ ମିଟିଙ୍ଗରେ ବସ୍‌ ଭଡ଼ା ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ୧୦ ବର୍ଷ ହେଲା ବସ୍‌ ଭଡ଼ାକୁ ବୃଦ୍ଧି କରାଯାଇନି। ଏହାବାଦ ଶକ୍ତି ଯୋଜନାରେ ମହିଳାଙ୍କୁ ମାଗଣାରେ ବସ୍‌ ସେବା ମିଳିବାରୁ ଆମକୁ ପ୍ରଭୂତ କ୍ଷତି ସହିବାକୁ ପଡ଼ୁଛି। ଏଥିସହ ଦିନକୁ ଦିନ ଡିଜେଲ ଦାମ ବଢ଼ିଛି । ଟାୟାର ତଥା ବିଭିନ୍ନ ଯନ୍ତ୍ରପାତିର ରେଟ୍‌ ବଢ଼ୁଛି। ୨୦୨୦ ମସିହାରେ ବସ୍‌ କର୍ମଚାରୀଙ୍କ ବେତନ ସଂଶୋଧନ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ୪ ବର୍ଷ ପରେ ବି ତାହା ସମ୍ଭବ ହୋଇ ପାରୁନି। ତେଣୁ ସେମାନେ ଏଥିନିମନ୍ତେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ତେଣୁ ବସ୍‌ ଭଡ଼ାରେ ୧୫ରୁ ୨୦% ବଢ଼ାଇବାକୁ ଆମେ ଦାବି କରୁଛି। । ସିଏମ୍ କେଉଁ ଭଡା ଅନୁମୋଦନ କରିଛନ୍ତି ତାହା ଆମକୁ ଦେଖିବାକୁ ପଡ଼ିବ। ଯଦି ସେ ତାହା ନକରନ୍ତି ତେବେ ସଂଗଠନ (କେଏସଆରଟିସି) ବଞ୍ଚିପାରିବ ନାହିଁ।”

Leave a Reply

Your email address will not be published. Required fields are marked *