Pratidin TV

Odisha's Digital News Platform

ରାଜ୍ୟପାଳ ରଘୁବର ଦାସଙ୍କ ପୁଅଠୁ ମାଡ ଖାଇଥିବା ASO ଙ୍କୁ ବଦଳି ।

ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ଏଏସଓଙ୍କୁ ବଦଳି । ଶ୍ରୀ ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ମାଡ ମାରିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନ ।

ତେବେ ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ପ୍ରଧାନଙ୍କୁ ତତ୍କାଳ ପ୍ରଭାରୁ ଗୃହ ବିଭାଗକୁ ବଦଳି କରାଯାଇଛି । ସଂସଦୀୟ ବ୍ୟାପାର ବିଭାଗରେ କାର‌୍ୟ୍ୟରତ ଏଏସଓ ଶ୍ରୀ ପ୍ରଧାନ ରାଜଭବନକୁ ଡେପୁଟେସନରେ ଯାଇଛନ୍ତି ।

ଘଟଣାଟି ଏମିତି ଥିଲା କି ନିକଟରେ କିଛି ଦିନ ତଳେ ଏଏସଓ ଶ୍ରୀ ପ୍ରଧାନ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ତାଙ୍କ ବଦଳି ଘଟଣାଟି ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ।

Leave a Reply

Your email address will not be published. Required fields are marked *