Pratidin TV

Odisha's Digital News Platform

ରାଇସ୍ ମିଲ ମାଲିକଙ୍କ ଘରେ ପଶି ହାତଗୋଡ ବାନ୍ଧିଲେ , ସୁନା-ଟଙ୍କା ଧରି ଛୁ ମାରିଲେ ।

1 min read

ସମ୍ବଲପୁର ; ରାତି ଅଧରେ ଘରେ ପସିଲେ ହାତ ଗୋଡ ବାନ୍ଧି ଲୁଟିନେଲେ । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଦ ସ୍ଥିତ ଭେଙ୍କେଟେଶ୍ବର ରାଇସ ମିଲ୍ ମାଲିକ ମୋତିଆଲା ରାକେଶ ଙ୍କ ଘରେ ଏମିତି ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଡକାୟତି ହୋଇଥିବା ନେଇ ସୂଚନା ରହିଛି ।

କିଛି ଡକାୟତ ମାନେ ବାବୁବନ୍ଧ ସ୍ଥିତ ମିଲ ମାଲିକଙ୍କ ଘରେ ରାତ୍ରି ସମୟର ଫାଇଦା ନେଇ ଘରକୁ ପଶିଥିଲେ । ଏହାସହ ଘର ଥିବା ସପରିବାର ସଦସ୍ୟ ଙ୍କୁ ବାନ୍ଧି ମିଲ ମାଲିକଙ୍କ ଘରେ ଥିବା ୧୦୦ ଗ୍ରାମ ସୁନା ଓ ନଗଦ ୧ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି ।

Advertisement

ବୁର୍ଲା ପୋଲିସ କୁ ଏହି ଘଟଣା ବାବଦରେ ଜଣାଇବା ପରେ ବୁର୍ଲା ଥାନା ଅଧିକାରୀ ଏବଂ ବୁର୍ଲା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରୁଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *