Pratidin TV

Odisha's Digital News Platform

ଘରେ ରଖନ୍ତୁ ଶଙ୍ଖ : ଫୁଙ୍ଖିବା ଦ୍ୱାରା ମିଳିଥାଏ ଏସବୁ ଉପକାର

1 min read

କଣ ଆପଣମାନେ ଜାଣନ୍ତି କି ଘରେ କାହିଁକି ରଖାଯାଏ ଶଙ୍ଖ । ବା ଏହାକୁ ଫୁଙ୍ଖିବା ଦ୍ୱାରା କେଉଁ ସବୁ ଚତ୍ମକାରି ଉପକାର ମିଳିଥାଏ ଆମକୁ । ଶଙ୍ଖର ଆଧ୍ୟତ୍ମିକ ମହତ୍ତ୍ୱର୍ ଥିବା ସହ ବୈଜ୍ଞାନିକ ମାନେ ମଧ୍ୟ ଏହି ଶଙ୍ଖକୁ ନେଇ ଅନେକ ଆବିଷ୍କାର କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଶଙ୍ଖର ମହତ୍ତ୍ୱର୍ ଏବଂ ଏହା ଦ୍ୱାରା ପଡୁଥିବା ପ୍ରଭାବ ।
ସମୁଦ୍ର ମନ୍ଥନରୁ ମିଳିଥିବା ୧୪ ଗୋଟି ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ ଅଟେ । କୋରୋନା କାଳରେ ଆମେ ଶଙ୍ଖ ଧ୍ଵନିର ଆବଶ୍ୟକତା ଅନୁଭବ କରିବାରୁ ଶଙ୍ଖ ବଜାଇଲେ । ସେତେବେଳେ ବୋଧେ ଭାରତୀୟ ସଂସ୍କୃତି ବିଜ୍ଞାନ ଆଡକୁ ସମସ୍ତେ ଆସିବାକୁ ଇଛୁକ ଥିଲେ ,ସେ ଭୟରେ ହେଉ କି ଶ୍ରଦ୍ଧାରେ ହେଉ । ସତରେ କଣ ଶଙ୍ଖ ଧ୍ଵନିରେ କିଛି ବିଜ୍ଞାନ ରହିଛି? ନା ଏହା ଏକ ଅନ୍ଧବିଶ୍ୱାସ ଅଟେ ମାତ୍ର । ଶାସ୍ତ୍ରରେ ଶଙ୍ଖ ର ଶବ୍ଦ କୁ ଅତ୍ୟନ୍ତ ଲାଭଦାୟକ ଏବଂ ଉପକାରୀ ବୋଲି ବର୍ଣ୍ଣନା କରାଯାଇଛି । କୁହାଯାଏ ଯେ ଶଙ୍ଖର ଶବ୍ଦ ଯେଉଁଠାରେ ପହଞ୍ଚେ ସେଇଠି ଲୋକଙ୍କ କଲ୍ୟାଣ ହେବା ଆରମ୍ଭ ହୋଇଥାଏ ।

  • ଶଙ୍ଖ ଫୁଙ୍କିବା ଫୁସଫୁସକୁ ମଜବୁତ କରେ
  • ଶଙ୍ଖ ଫୁଙ୍କିବା ଶବ୍ଦ ରକ୍ତଚାପକୁ ଠିକ୍ ରଖେ
  • ଥାଇରଏଡ୍ ରୋଗରେ ଶଙ୍ଖ ବହୁତ ଉପକାରୀ

ଏବେ ଆସନ୍ତୁ ବିସ୍ତାର ଭାବରେ ଶଙ୍ଖର ଉପକାରିତା ସବୁ ଜାଣିବା –

Advertisement

୧- ଦୈନିକ ଶଙ୍ଖ ଫୁଙ୍କିବା ଦ୍ୱାରା ମଳଦ୍ୱାରର ମାଂସପେଶୀ ଶକ୍ତିଶାଳୀ ହୁଏ କ୍ଷ ଶଙ୍ଖ ଫୁଙ୍କିବା ମୂତ୍ରାଶୟ, ଯୌନାଙ୍ଗ, ତଳି ପେଟ, ଛାତି ଏବଂ ବେକର ମାଂସପେଶୀ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣ କରେ । ଏହି ଅଙ୍ଗଗୁଡ଼ିକ ଶଙ୍ଖ ବଜାଇଲେ ବ୍ୟାୟାମ ହୋଇଥାଏ ।

୨- ଶଙ୍ଖକୁ ଫୁଙ୍କିବା ଦ୍ୱାରା ପ୍ରଶ୍ୱାସ ନେବା କ୍ଷମତା ଉନ୍ନତ ହୁଏ କ୍ଷ ଏହା ଆପଣଙ୍କ ଥାଇରଏଡ୍ ଗ୍ରନ୍ଥି ଏବଂ ସ୍ବରପେଟିକୁ ବ୍ୟାୟାମ କରେ । ଏହା କଥା କହିବା ସହ ଜଡିତ ଯେ କୌଣସି ପ୍ରକାରର ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରେ ।

୩- ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କର ବୃଦ୍ଧାବସ୍ଥାରେ ଦେଖାଉଥିବା କୁଞ୍ଚନ ସମସ୍ୟା ମଧ୍ୟ ହ୍ରାସ ହୋଇପାରେ । ମୁଖର ମାଂସପେଶୀ ବିସ୍ତାରିତ ହୁଏ କ୍ଷ ଯାହା କୁଞ୍ଚନ କୁ ହ୍ରାସ କରିଥାଏ ।

୪- ଶଙ୍ଖ କ୍ୟାଲସିୟମ ର ଏକ ବଡ଼ ଉତ୍ସ ଅଟେ । ରାତିରେ ପାଣିରେ ଭର୍ତି ହୋଇଥିବା ଏକ ଶଙ୍ଖର ପାଣି ପିଇଲେ ଶରୀରର କ୍ୟାଲସିୟମ ଅଭାବ ଦୂର ହୋଇଥାଏ । ଏହାକୁ ଚର୍ମରେ ମାଲିସ୍ କଲେ ଅନେକ ଚର୍ମ ରୋଗରୁ ମୁକ୍ତି ମିଳିପାରିବ ।

୫- ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ଯେଉଁମାନେ ବହୁତ ଚାପରେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଶଙ୍ଖ ଫୁଙ୍କିବା ଉଚିତ, କାରଣ ଏହା ଫୁଙ୍କିବା ବେଳେ ସମସ୍ତ ବ୍ୟାଧି ମନରୁ ଦୂରେଇ ଯାଏ । ଶଙ୍ଖ ବଜାଇବା ଦ୍ୱାରା ଘର ଭିତରକୁ ଆସୁଥିବା ନକାରାତ୍ମକ ଶକ୍ତି ମଧ୍ୟ ଦୂରରେ ରହିଥାଏ । ଯେଉଁ ଘରଗୁଡ଼ିକରେ ଶଙ୍ଖ ରଖାଯାଏ ସେଠାରେ କୌଣସି ନକାରାତ୍ମକତା ରୁହେ ନାହିଁ ।

୬- ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣ ହୃଦଘାତରୁ ମଧ୍ୟ ରକ୍ଷା ପାଇପାରିବେ । ଯେଉଁ ବ୍ୟକ୍ତି ନିୟମିତ ଭାବରେ ଶଙ୍ଖକୁ ଫୁଙ୍କେ, ତାକୁ ହୃଦଘାତ ହୁଏ ନାହିଁ । ଶଙ୍ଖ ଫୁଙ୍କିବା ଦ୍ୱାରା ହୃତପିଣ୍ଡ ଓ ରକ୍ତ ନଳିରେ ଥିବା ସମସ୍ତ ଅବରୋଧ ହଟିଯାଇଥାଏ । ସେହିଭଳି, ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ଦ୍ୱାରା ଫୁସଫୁସ ମଧ୍ୟ ସୁସ୍ଥ ରହିଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ଯୋଗର ତିନୋଟି କାର‌୍ୟ୍ୟକଳାପ ଯେମିତିକି କୁମ୍ଭକ, ରେଚକ ଏବଂ ପ୍ରାଣାୟାମ ଇତ୍ୟାଦି ଏକା ସାଙ୍ଗରେ ହୋଇଥାଏ ।

୭- ଯେଉଁମାନଙ୍କର ଶ୍ୱାସକ୍ରିୟା ସମସ୍ୟା ରହିଛି, ସେମାନେ ଶଙ୍ଖ ଫୁଙ୍କିଲେ ଏଥିରୁ ମୁକ୍ତି ପାଇପାରିବେ । ଯେଉଁମାନେ ପ୍ରତିଦିନ ଶଙ୍ଖ ଫୁଙ୍କନ୍ତି ସେମାନେ ଗଳା ଏବଂ ଫୁସଫୁସର ରୋଗ ପାଆନ୍ତି ନାହିଁ । ଏହା ସ୍ମୃତି ଶକ୍ତିକୁ ମଧ୍ୟ ବଢ଼ାଇଥାଏ ।

ବୈଜ୍ଞାନିକ ମତରେ ଉପକାରିତା –

୧-ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏକ ଶଙ୍ଖ ସେଲକୁ ଫୁଙ୍କିଲେ ,ଏହାର ଧ୍ଵନି ଯେଉଁ ପର‌୍ୟ୍ୟନ୍ତ ଯାଏ ଅନେକ ରୋଗର ଜୀବାଣୁ ମଧ୍ୟ ଶବ୍ଦ କମ୍ପନ ଦ୍ୱାରା ଦୁର୍ବଳ ହୋଇଯାଆନ୍ତି କିମ୍ବା ନଷ୍ଟ ହୋଇଯାଆନ୍ତି । ଯଦି ପ୍ରତିଦିନ ଶଙ୍ଖ ବଜାଯାଏ ପରିବେଶ ଜୀବାଣୁମୁକ୍ତ ହୋଇପାରେ ।
୨-ବର୍ଲିନ୍ ବିଶ୍ୱବିଦ୍ୟାଳୟ ଶଙ୍ଖ ସେଲ ଉପରେ ଗବେଷଣା କଲା ଏବଂ ଜାଣିବାକୁ ପାଇଲା ଯେ ଏହାର ତରଙ୍ଗ ଜୀବାଣୁ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ଅଣୁଜୀବ (ମାଇକ୍ରୋବସ୍)ନଷ୍ଟ କରିବା ପାଇଁ ସର୍ବୋତ୍ତମ ଔଷଧ ଅଟେ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ବାୟୁମଣ୍ଡଳ ଜୀବାଣୁମୁକ୍ତ ହୋଇଯାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ସୂର‌୍ୟ୍ୟ କିରଣ ଶବ୍ଦ ତରଙ୍ଗରେ ବାଧା ସୃଷ୍ଟି କରିଥାଏ , ସେଥିପାଇଁ ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜେଇବାର ପରମ୍ପରା ରହିଛି ।

୩- ଶଙ୍ଖରେ କ୍ୟାଲସିୟମ, ସଲଫର ଏବଂ ଫସଫରସ୍ ବହୁ ପରିମାଣରେ ମିଳିଥାଏ । ଶକ୍ତିଶାଳୀ ହାଡ ପାଇଁ ଏହି ଉପାଦାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଶଙ୍ଖରେ ୧୨-୨୪ ଘଣ୍ଟା ରଖାଯାଇଥିବା ପାଣି ପିଅନ୍ତୁ । ଏହା ଦାନ୍ତର ମଧ୍ୟ ଉପକାର କରିଥାଏ ।

୪- ଶଙ୍ଖର ଔଷଧୀୟ ବ୍ୟବହାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଜଣେ ମୂକ ବ୍ୟକ୍ତି ପ୍ରତିଦିନ ୨-୩ ଘଣ୍ଟା ପାଇଁ ଶଙ୍ଖ ବଜାଇବାକୁ ଦିଅନ୍ତୁ । ତାଙ୍କୁ ପ୍ରତିଦିନ ୨୪ ଘଣ୍ଟା ପାଇଁ ଏକ ବଡ ଶଙ୍ଖରେ ରଖାଯାଇଥିବା ପାଣି ପିଇବାକୁ ଦିଅ, ଛୋଟ ଶଙ୍ଖ ଶେଲର ଏକ ମାଳ ତିଆରି କର ଏବଂ ଏହାକୁ ବେକରେ ପିନ୍ଧାଇଦିଅନ୍ତୁ । ୫୦ ରୁ ୨୫୦ ମିଲିଗ୍ରାମ ଶଙ୍ଖ ଭସ୍ମ ମହୁ ସହିତ ଚଟେଇ ଦିଅ ଉଭୟ ସକାଳ ଏବଂ ସନ୍ଧ୍ୟାରେ କ୍ଷ ଏହା ମୂକତାକୁ ଦୂର କରେ । ଶଙ୍ଖ ଭସ୍ମ (୫୦-୨୫୦ ମିଲିଗ୍ରାମ)କୁ ୧ ରୁ ୨ ଗ୍ରାମ ଅଁଳା ଚୂର୍ଣରେ ଘିଅ ସହିତ ସକାଳ ଓ ସନ୍ଧ୍ୟାରେ ଖାଇବାକୁ ଦେଲେ ତୁତଲାପଣ ଦୂର ହୁଏ ।

୫- ଛୋଟ ଶଙ୍ଖକୁ ଫୁଙ୍କିଲେ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ କିନ୍ତୁ ଏହା ଗଳା ସମ୍ବନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଔଷଧ ଅଟେ ।

୬- ଶଙ୍ଖର ଧ୍ଵନିକୁ ନିୟମିତ ଶୁଣୁଥିବା କାଲା ବ୍ୟକ୍ତିର ଶ୍ରବଣ ଶକ୍ତି ଫେରିଆସିଥାଏ । ଏହା କର୍ଣ୍ଣ ଚିକିତ୍ସା ପାଇଁ ମଧ୍ୟ ଅଦ୍ଭୁତ କାମ କରେ ।

୭- ଦକ୍ଷିଣବର୍ତ୍ତୀ ଶଙ୍ଖ ବହୁତ ଦୁର୍ଲଭ ଅଟେ ଏହାକୁ ପାଇଲେ ନିଶ୍ଚିତ ଘରକୁ ଆଣନ୍ତୁ ଏହା ବାମାବର୍ତ୍ତୀ ଶଙ୍ଖ ଅପେକ୍ଷା ଅଧିକ ଶୁଭ ଫଳ ପ୍ରଦାନ କରେ । ଏହା ସମସ୍ତ ପ୍ରକାରର ବାସ୍ତୁ ଦୋଷକୁ ଠିକ କରିବା ସହିତ ଘରକୁ ସୁଖ ସମୃଦ୍ଧି ଆଣିଥାଏ ।

ଶଙ୍ଖକୁ ସାଢେ ତିନି ଥର ହିଁ କେବଳ ଫୁଙ୍କିବା ଉଚିତ୍ । ଏବଂ ସବୁବେଳେ ଏମିତି ଜାଗାରେ ରଖନ୍ତୁ ଯେମିତି ତାହା ଭୂମିକୁ ସ୍ପର୍ଶ ନକରିବ ।

Leave a Reply

Your email address will not be published. Required fields are marked *