Pratidin TV

Odisha's Digital News Platform

୪ ମାସ ରହିଲା ଝିଅ ବାହାଘର , ଘରେ ପଶି କଳାକନା ବୁଲାଇ ନେଲେ ଦୁର୍ବୃତ୍ତ ….

କେନ୍ଦ୍ରାପଡା ; ଆଳି ବ୍ଲକ ସହିରା ପଞ୍ଚାୟତ ସହିରା ପାଟଣା ଗାଁରେ ହୋଇଛି ବଡ଼ ଧରଣର ଚୋରି । ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ଘଟଣାରୁ ପ୍ରକାଶ ସହିରା ପାଟଣା ଗାଁର ଚକ୍ରଧର ସାହୁ ବାହାର ଦେଶ ଦୁବାଇରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ପରିବାର ସହ ଗାଁରେ ରୁହନ୍ତି । ଗତ ୧୩ତାରିଖ ସନ୍ଦ୍ୟାରେ ଚକ୍ରଧରଙ୍କ ସ୍ତ୍ରୀ ଓ ପରିବାର ଖାଇ ପିଇ ଏକ କୋଠରୀରେ ଶୋଇ ଯାଇଥିଲେ ।

ପରଦିନ ସକାଳୁ ଘରର ମୁଖ୍ୟଦ୍ୱାର ଖୋଲା ଥିବାବେଳେ ଶୋଇଥିବା କୋଠରୀ କବାଟ ବାହାର ପଟୁ ବନ୍ଦ ରହିଥିଲା । ପଡିଶାଙ୍କୁ ଡାକପକାଇ କବାଟ ଖୋଲି ବାହାରିବାରୁ ଅନ୍ୟ କୋଠରୀ ଗୁଡିକ ଖୋଲାଥିବା ଓ ବାକ୍ସ, ଆଲମିରା ଇତ୍ୟାଦି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ ଚକ୍ରଧରଙ୍କ ସ୍ତ୍ରୀ । ସେଥିରେ ଝିଅ ବାହାଘର ପାଇଁ ସାଇତି ରଖିଥିବା ନଗର ଅର୍ଥ ସହିତ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାରକୁ ଦୁର୍ବୃତ୍ତ ମାନେ ଚୋରିକରି ନେଇଥିବା ଜଣା ପଡିଛି । ଏଥି ସହିତ ଅଳଙ୍କାର ଓ ଟଙ୍କା ପଇସା ଥିବା ଏକ ଟିଣବାକ୍ସ, ଠାକୁରଙ୍କ ପୋଥି ସରଞ୍ଜାମ ଗୁଡିକ ଘରଠାରୁ ଅଳ୍ପଦୂର ବିଲମଝିରେ ଭଙ୍ଗାରୁଜା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିର୍ମାଣଧୀନ ଦୋ ମହଲା ଖୋଲା ଝରକା ପଟେ ଘର ଭିତରକୁ ପଶିଆସି ସମସ୍ତ ଚୋରିକରି ନେଇଥିବା ସାଧାରଣରେ ଆଲୋଚନା ହେଉଛି । ଘରର ଆସବାବପାତ୍ର ଏଣେତେଣେ ମଧ୍ୟ ପଡ଼ିରହିଛି । ଏନେଇ ଚକ୍ରଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଆଳି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *