Pratidin TV

Odisha's Digital News Platform

ସପିଂ ମଲ ରେ ଭୟଙ୍କର ଅଗ୍ନିକାଣ୍ଡ , ୧୬ ମୃତ୍ୟ , ୭୫ ଉଦ୍ଧାର ..

1 min read

ପୁଣି ଏକ ବଡ଼ ଦୁର୍ଘଟଣା । ଚୀନ୍‌ର ଦକ୍ଷିଣ-ପଶ୍ଚିମ ସହର ଜିଗୋଙ୍ଗର ଏକ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୬ ଜଣଙ୍କର ଜୀବନ ଚାଲିଯାଇଛି । ଚୀନ୍ ର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ   , ସିଚୁଆନ୍ ପ୍ରଦେଶର ଜିଗୋଙ୍ଗ୍ ସହରରେ ଏକ ୧୪ ମହଲା ବିଲ୍ଡିଂ  ଲାଗିଥିଲା ନିଆଁ  । ଅଗ୍ନିକାଣ୍ତରେ କୋଠାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।   ଗଣମାଧ୍ୟମ ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୩୦୦ ଜରୁରୀକାଳୀନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବିଲ୍ଡିଂ ଅଗ୍ନିକାଣ୍ଡରୁ ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଗ୍ନିକାଣ୍ଡର କାରଣ ହେଉଛି ସର୍ଟ ସର୍କେଟ୍ ।

  ହେଲେ ଏନେଇ ବର୍ତ୍ତମାନ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।  ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମାଧ୍ୟମରେ ସାମ୍ନାକୁ ଆସିଛି । ଯେଉଁଥିରେ ବିଲଡିଂରୁ ନିଆଁ ବାହାରୁଥିବାର ଦେଖିବା ପାଇଁ ମିଳିଛି । ଯେଉଁଥିରେ କଳା ଧୂଆଁ ମଧ୍ୟ ବାହାରୁଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପାଇପ୍ ଏବଂ ଡ୍ରୋନ୍ ମାଧ୍ୟମରେ ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ । ମଲ୍‌ରୁ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୬ଟି ମୃତଦେହକୁ ଉଦ୍ଧାର କରାଯାଇଛି। ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରାଯିବା ପରେ ଆଜି ସକାଳେ ନିଆଁ ଆୟତ୍ତକୁ ଆସିଥିଲା। ନିଅଁ ଲିଭାଯିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂକୁ ତନ ତନ କରି ଯାଞ୍ଚ କରିବା ସହ ଏହାକୁ ଖାଲି କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *