ବିପଦମୁହାଁ ରାଜଧାନୀ ବାସି , ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ସ୍କୁଲ –କଲେଜ୍ !
1 min readନୂଆଦିଲ୍ଲୀ : ବିଷାକ୍ତ ହେବାରେ ଲାଗିଛି ରାଜଧାନୀ ବାୟୁ । ଧୂଆ ଏବଂ ଧୂଳିର ଚାଦରରେ ଢାଙ୍କି ହୋଇପଡିଛି ରାଜଧାନୀ ଦିଲ୍ଲୀ । କରୋନା ମହାମାରୀ ଭଳି ପ୍ରଦୂଷଣ ମଧ୍ୟ ଧିରେ ଧିରେ ନିଜ କାୟା ବିସ୍ତାର କଲାଣି ଦିଲ୍ଲୀରେ । ଏବେ ରାଜଧାନୀରେ ଟିକେ ନିଶ୍ୱାସ ମାରିବା ମଧ୍ୟ କଷ୍ଟକର ହୋଇପଡିଛି । ଏବେ ଦିଲ୍ଲୀର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହୋଇପଡିଛି ଯେ ସେଠାରେ ଲୋକମାନେ ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି।
ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ମିଳିଥିବା ସୂଚନା ଅନୁଯାୟୀ ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଥିସହ ପୁଣିଥରେ ଏଠାରେ ଅଡ୍-ଇଭେନ୍ ମଧ୍ୟ ଲାଗୁ ହୋଇପାରେ।