Pratidin TV

Odisha's Digital News Platform

ରତ୍ନଭଣ୍ଡାର ଭିତରେ ନାହିଁ ସାପ , ମୁକ୍ତି ମଣ୍ଡପ ପାଖରେ ବସି ଫେରିଲେ ସ୍ନେକ୍‌ ହେଲ୍ପ ଲାଇନ୍ ସଦସ୍ୟ ..

1 min read

ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍‌ପଲାଇନ ସଦସ୍ୟ। ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ସାପ ଭୟ । ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ବାହାରକୁ ଫେରିଲେ । ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା ‘ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ ।ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ । ଏବେ ଆମକୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

ଅନ୍ୟପଟେ ଶ୍ରୀମନ୍ଦିର ଭିତରୁ ବାହାରିଛନ୍ତି ଓଡ୍ରାଫ୍ ଟିମ୍ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୃତୟନ ଥିଲେ । ତେବେ ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ନାହିଁ ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ କହିଲେ ଜଷ୍ଟିସ ରଥ। ସେ କହିଛନ୍ତି ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ଭଳି କିଛି ଜିନିଷ ଆମେ ଦେଖିପାରିଲୁନି । ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି, ଆମେ ପ୍ରସ୍ତାବ ଦେବୁ । ଏସ୍‌ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

Advertisement

Leave a Reply

Your email address will not be published. Required fields are marked *