Pratidin TV

Odisha's Digital News Platform

ବିବାହର ୪ ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା,ଇନଷ୍ଟାରେ ପୋଷ୍ଟ ଲେଖି ବିବାହ ବିଚ୍ଛେଦ କଲେ ଘୋଷଣା

1 min read

୪ ବର୍ଷ ର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ | ଶେଷରେ ସବୁ ଚର୍ଚ୍ଚା ଆଲୋଚନା ସତ ପ୍ରମାଣିତ ହୋଇଛି | ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଏବଂ ଟି-ଟ୍ୱେଣ୍ଟି ବିଶ୍ୱକପ ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ହୋଇଛି | ହାର୍ଦ୍ଦିକ ଏବଂ ପତ୍ନୀ ନତାଶା ଷ୍ଟାନକୋଭିକ ଅଲଗା ହୋଇଥିବା ସ୍ପଷ୍ଟ ହୋଇଛି | ଗୁରୁବାର ଦିନ ହାର୍ଦ୍ଦିକ ଏବଂ ଉଭୟେ ଇନଷ୍ଟାଗ୍ରାମରେ ଛାଡପତ୍ର ନେଇ ଘୋଷଣା କରିଛନ୍ତି |

ତେବେ ଅନେକ ମାସ ଧରି ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହୋଇଥିଲା | ଅନେକ ଦିନ ହେବ ଦୁହେଁ ଦେଖା ଯାଉନଥିଲେ ଏକାଠି | ଆଉ ଏବେ ଏହି ଆଲୋଚନା ମଧ୍ୟ ସ୍ପଷ୍ଟ ହୋଇଯାଇଛି | ହାର୍ଦ୍ଦିକ ଏବଂ ନତାଶା ଦୁହେଁ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ପରସ୍ପର ଠାରୁ ଅଲଗା ହେବା ଖବର ବିଷୟରେ ସ୍ପଷ୍ଟ କରିଛନ୍ତି | ଦୁହିଁଙ୍କ ଅଛି ଗୋଟିଏ ପୁଅ | ହାର୍ଦ୍ଦିକ ଏବଂ ନତାଶା ଦୁହେଁ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି |

Advertisement

ସୋସିଆଲ ମିଡ଼ିଆରେ ହାର୍ଦ୍ଦିକ ଲେଖୁଛନ୍ତି, ‘୪ ବର୍ଷ ଏକାଠି ରହିବା ପରେ ନତାଶା ଏବଂ ମୁଁ ପରସ୍ପରର ସହମତିରେ ଅଲଗା ହେବା ପାଇଁ ନିଷ୍ପଭି ନେଇଛୁ । ଆମେ ଏକାଠି ନିଜର ସର୍ବଶ୍ରେଷ୍ଠ ଉଦ୍ୟମ ଏବଂ ନିଜର ସର୍ବଶ୍ରେଷ୍ଠ ଦେଇଛୁ । ଏବଂ ଆମେ ବିଶ୍ବାସ କରୁ ଯେ ଏହା ଆମ ଦୁହିଁଙ୍କ ପାଇଁ ସର୍ବୋତମ । ଏହା ଆମ ପାଇଁ ଏକ କଠିନ ନିଷ୍ପଭି ଥୁଲା, କାରଣ ଆମ ପରିବାର ବଢିବା ସହ ଆମେ ଏକାଠି ଆନନ୍ଦ, ପରସ୍ପରର ସମ୍ମାନ ଏବଂ ସମୟର ଆନନ୍ଦ ନେଇଛୁ । ଆମେ ଅଗସ୍ତ୍ୟକୁ ପାଇ ଭାଗ୍ୟବାନ, ଯାହା ଆମ ଦୁହିଁଙ୍କ ଜୀବନର କେନ୍ଦ୍ର ହୋଇ ରହିବ । ଆମେ ତାର ସହ-ପାଳକ ହୋଇ ରହିବୁ ।’

Leave a Reply

Your email address will not be published. Required fields are marked *