Pratidin TV

Odisha's Digital News Platform

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ; ରସଗୋଲା ଦେଇ ଅଭିମାନିନୀ ପତ୍ନୀ ଲକ୍ଷ୍ମୀଙ୍କୁ ମାନଭଞ୍ଜନ କରିବେ କାଳିଆ ଠାକୁର

1 min read

ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନି। ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ରହିଛି। ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ। ଏଥର ରୂପା ଛାଉଣୀ ହୋଇଥିବା ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି।

ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୩0 ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ ଓ ରେଡ଼ିଓ ଚକୋଲେଟ ପାହାଳର “କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ” ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ । ଏହାପରେ ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା।୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।

Advertisement

ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ରସଗୋଲା ଦିବସ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି। ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ପ୍ରଥମ ରସଗୋଲା ଦିବସ ପାଳନ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦେଇ ପୁରୀ ବେଳାଭୂମିରେ ଏକ “ରସଗୋଲା ଦିବସ” ଲେଖାଥିବା ବାଲୁକାକଳା ନିର୍ମାଣ ହୋଇଥିଲା ।

Leave a Reply

Your email address will not be published. Required fields are marked *