Pratidin TV

Odisha's Digital News Platform

ଶ୍ରୀୟାସ୍ମିତା ଙ୍କୁ ମିଳିଲା ନ୍ୟାୟ , କଂଗ୍ରେସ ନେତ୍ରୀଙ୍କ ଉପରୁ ହଟିଲା ନିଲମ୍ବନ ପ୍ରତ୍ୟାହାର ..

1 min read

ଉଠିଲା ନିଲମ୍ବନ ପ୍ରତ୍ୟାହାର ଖୁସିରେ ଝୁମିଲେ କଂଗ୍ରେସ ନେତ୍ରୀ । କହିଲେ ମୋତେ ନ୍ୟାୟ ମିଳିଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳର ଶୃଙ୍ଖଳା ଭଙ୍ଗ କାରଣ ଦର୍ଶାଇ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜାଙ୍କ ଦ୍ଵାରା ଦଳରୁ 5 ଜଣ ସଦସ୍ୟ ବହିଷ୍କୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା ମଧ୍ୟ ଥିଲେ । ଯାହାକୁ ବିରୋଧ କରି କଂଗ୍ରେସ ଭବନ ର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ ।

ଏହି ଘଟଣା ପରେ କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ବିରୋଧରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି । ଦଳର ହାଇକମାଣ୍ଡ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦଳର ସାଙ୍ଗଠନିକ ସ୍ଥିତିକୁ ସଙ୍ଗଠିତ କରିବା ପାଇଁ ଆଗାମୀ ଦିନରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏନେଇ ଦଳର ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଦସ୍ତଖତରେ ଏକ ଚିଠି ଜାରି କରାଯାଇଛି। ଯାହାପରେ ଏବେ କଂଗ୍ରେସ ଭବନ ରେ ଖୁସିର ମାହୋଲ ଖେଳିଯାଇଛି । ସମସ୍ତଙ୍କୁ ମିଠା ଖୁଆଇଛନ୍ତି କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା।

Advertisement

Leave a Reply

Your email address will not be published. Required fields are marked *