Pratidin TV

Odisha's Digital News Platform

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତୀ ଦ୍ରୈାପଦୀ ମୁର୍ମୁ , ଏହି ଦିନ ସକାଳ ୧୦ଟା ୩୦ ପରଠୁୁ ବନ୍ଦ ରହିବ ସାଧାରଣ ଦର୍ଶନ

1 min read

ପୁରୀ : ପୁରୀ ଗସ୍ତରେ ଆସୁଛନ୍ତି ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପଡି ଦୈାପଦୀ ମୁର୍ମୁ । ମିଳୁଥିବା ସୂଚନା ଅନୁ୍‌୍‌ଯାୟୀ ରାଷ୍ଟ୍ରପତି ନଭେମ୍ବର ୧୦ ରେ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୧୦ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିବେ । ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ତା’ପରେ ପୁରୀ ରାଜଭବନ ଯାଇ ସେଠାରେ ବିଶ୍ରାମ କରିବେ ।

ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ ସେନେଇ ଅଲୋଚନା ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Advertisement

ବୈଠକ ପରେ ସେ କହିଛନ୍ତି, ରାଷ୍ଟ୍ରପତି ନିର୍ଦ୍ଧାରିତ ତାରିଖରେ ପୁରୀରେ ପହଞ୍ଚିବା ପରେ ଦିନ ୧୨ଟାରୁ ୧ଟା ଭିତରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ସେ ଗର୍ଭଗୃହକୁ ଯାଇ ଠାକୁରଙ୍କ ପୂଜାର୍ଚ୍ଚନା କରିବେ। ପରେ ମହାପ୍ରସାଦ ସେବନ ବରିବେ। ଏଥିପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ଦିନ ପ୍ରାୟ ସାଢ଼େ ୧୦ଟାରୁ ବନ୍ଦ କରି ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବା ପରେ ସାଧାରଣ ଲୋକେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ଯାଇପାରିବେ। ଏହି ଦିନ ନୀତିକୁ ଠିକ୍ ସମୟରେ ସମାପ୍ତ କରିବାକୁ ସେବାୟତଙ୍କ ସହ ଅଲୋଚନା ହୋଇଛି। ସମସ୍ତଙ୍କ ସମନ୍ୱୟରେ ନୀତି ଶୃଙ୍ଖଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *