Pratidin TV

Odisha's Digital News Platform

ସରକାରଙ୍କ ନିର୍ଦେଶ , କାଉଡିଆଙ୍କ ଯାତ୍ରା ମାର୍ଗରେ ସବୁ ହୋଟେଲ ରେ ଲାଗିବ ନେମପ୍ଲେଟ୍..

1 min read

ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ମାସ ଆରମ୍ଭରୁ ଦେବ ଦେବ ମହାଦେବଙ୍କ ଜଳ ଲାଗି କରିବାକୁ କାଉଡିଆ ଯାତ୍ରା ଆରମ୍ଭ ହେବ  ।  ଏହାସହିତ ଶୈବ ପୀଠକୁ ଛୁଟିବ ଭକ୍ତ ଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି   । ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ନେମପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ନିର୍ଦ୍ଦେଶରେ କୁହାଯାଇଛି, ଯେ ସବୁ ଦୋକନ ଆଉ ଠେଲାରେ ଦୋକାନ ମାଲିକଙ୍କ ନାଁ ଲେଖାଥିବା ନେମପ୍ଲେଟ ଲାଗିବା ଦରକାର । ଯାହାଦ୍ବାରା କାଉଡିଆମାନେ ଜାଣିପାରିବେ କି ସେମାନେ କାହା ଦେକାନରୁ ସାମଗ୍ରୀ କିଣିଛନ୍ତି ।  ତେବେ ଏହି ନିୟମ ୟୁପିର ଯୋଗୀ ସରକାର ପ୍ରଣୟନ କରିଛନ୍ତି    । ଯାହାକୁ ନେଇ ଏବେ ଉଠିଛି ବିବାଦ  ।ୟୁପି ସରକାରଙ୍କ ଏଭଳି ନିଷ୍ପତ୍ତି ଜର୍ମାନୀର ହିଟଲର ଶାସନ ବୋଲି କହି କେହି କେହି ସମାଲୋଚନା କଲେଣି । ଯାହାକୁ ନେଇ ୟୁପି ପୋଲିସ୍ କହିଛି, କୌଣସି ଧର୍ମୀୟ ଭେଦଭାବ ସୃଷ୍ଟି କରିବା ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ ନ ଥିଲା। କେବଳ କାଉଡ଼ିଆମାନଙ୍କୁ ସହାୟତା ପାଇଁ ଏହା କରାଯାଇଥିଲା  । ଯାହାଦ୍ବାରା ଶୃଙ୍ଖଳା ବଜାୟ ରହିବ ।

Advertisement

Leave a Reply

Your email address will not be published. Required fields are marked *