Pratidin TV

Odisha's Digital News Platform

NH ୫୭ରେ ଭୟଙ୍କର ଦୁର୍ଘଟଣା; ପୋଲ ତଳକୁ ଖସିଲା ବସ୍ , ୪୦ ଯାତ୍ରୀ ଆହତ , ଚାପି ହୋଇଯାଇଥିଲେ ୧୦ ଯାତ୍ରୀ …….

1 min read

ବୌଦ୍ଧ : ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲ ତଳକୁ ଖସିଛି ଯାତ୍ରୀବାହି ବସ । ବସ ତଳେ ଚାପି ହୋଇ ରହିଯାଇଥିଲେ ୧୦ଯାତ୍ରୀ , ପ୍ରାୟ ୩୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାଇ ଗତକାଲି ମଧ୍ୟ ରାତ୍ରରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ମହାଦେବ ନାମକ ଘରୋଇ ବସ ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ସରସରା ସୁନାଖାଇ ପୋଲ ରେ ଭରସାମ୍ୟ ହରାଇ ପୋଲ ତଳକୁ ଖସି ଘଟିଥିଲା । ଦୁର୍ଘଟଣା ରେ ୪୦ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଥିଲେ ।

Advertisement

ଖବର ପାଇ ବୌଦ୍ଧ ଆଦର୍ଶ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଆହତ ଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଥିବା ଯାତ୍ରୀ ଙ୍କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବୌଦ୍ଧ ଆଦର୍ଶ ପୋଲିସ ଦୁର୍ଘଟଣା ର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଂଜିତ ମୁନି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *