Pratidin TV

Odisha's Digital News Platform

ଏକ୍ସରେ ୧୦ ମିଲିୟନ ଫଲୋୟର୍ସ ଟପିଲେ ମୋଦି , ଅଭିନନ୍ଦନ ଜଣାଇଲେ ମସ୍କ..

1 min read

ଏଲନ୍ ମସ୍କ ଜଣାଇଲେ ମୋଦିଙ୍କୁ ଶୁଭେଚ୍ଛା । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପିଏମ ମୋଦିଙ୍କର ୧୦ କୋଟିରୁ ଅଧିକ ଫଲୋର୍ସ ରହିଛନ୍ତି । ଯାହାପରେ  ଏଲନ୍ ମସ୍କ ଜୁଲାଇ ୧୯ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ ‘X’ ହ୍ୟାଣ୍ଡେଲରେ ରାଜନେତାଙ୍କ ସହ ବୈଠକ ଏବଂ କାର୍ଯ୍ୟକ୍ରମର ଫୋଟ ସେୟାର କରନ୍ତି, ଏହା ବ୍ୟତୀତ ସେ ଅନେକ କାର୍ଯ୍ୟକ୍ରମ ବିଷୟରେ ସୂଚନା ମଧ୍ୟ ଦିଅନ୍ତି ।

ଏଲନ୍  ମସ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠୁ ଅଧିକ ପପୁଲାର ଏବଂ ଫଲୋ କରାଯାଇଥିବା ନେତା ହୋଇଥିବାରୁ ଅଭିନନ୍ଦନ । ସେହିପରି ‘ଏକ୍ସରେ ୧୦ କୋଟିରୁ ଅଧିକ ଫଲୋର୍ସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଖୁସି ବ୍ୟକ୍ତ କରିଥିଲ । ସେ ଆହୁରି କହିଥିଲେ ଯେ, ଏପରି ଲୋକଙ୍କ ସହ ଯୋଡି ହେଉଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି । ପିଏମ ମୋଦିଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ମଧ୍ୟ ବେଶ୍ ଅଧିକ ଫଲୋର୍ସ ରହିଛନ୍ତି । ଏକ୍ସରେ ତାଙ୍କୁ ପ୍ରାୟ 3.81 କୋଟି ଫଲୋ କରୁଛନ୍ତି ।

Leave a Reply

Your email address will not be published. Required fields are marked *