Pratidin TV

Odisha's Digital News Platform

ପାର୍ସଲ ଦେବାକୁ ଆସି ସବୁ ଲୁଟିନେଲା ଡେଲିଭର ବୟ ..

1 min read

ନିଜକୁ ଡେଲିବରୀ ବୟ କହି ଘର ଭିତରେ ପଶିଲେ ପରେ ବନ୍ଧୁକ ଛୁରୀ ଦେଖେଇ ଲୁଟ କରିନେଲେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଓ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରଞ୍ଚଳ ର ଡି ଏନ୍ କେ ରେ । ଘଟଣା ଅନୁସାରେ ଗତ ସଂଧ୍ୟାରେ ଉମରକୋଟ ଡି ଏନ୍ କେ ର ସୁଶାନ୍ତ ଖୋରା ଙ୍କ ଘରେ ଜଣେ ବ୍ୟକ୍ତି ନିଜକୁ ଡେଲିବରୀ ବୟ ର ପରିଚୟ ଦେଇଥିଲା ଏବଂ କିଛି ପାର୍ଷଲ୍ ଆସିଥିବା କହି ସୁଶାନ୍ତ ଙ୍କୁ ଘରୁ ଡାକିଥିଲେ ।

ସୁଶାନ୍ତ ଘରୁ ବାହାରିବା ପରେ ତାଙ୍କୁ ଘର ଭିତରକୁ ଠେଲି ଦେଇଥିଲେ ଓ ଅନ୍ୟ ତିନିଜଣ ମଧ୍ୟ ଘର ଭିତରକୁ ପଶିଥିଲେ । ପରେ ବନ୍ଧୁକ ଦେଖେଇ ନଗଧ ୭ ରୁ ୮ ହଜାର ଟଙ୍କା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟି ନେଲେ । ଏବଂ ଲୁଟ ବିଷୟରେ ପୋଲିସ କୁ ଜଣାଇଲେ ଜୀବନ ରେ ମାରିଦେବକୁ ଧମକ ଦେଇଥିଲେ । ଫଳ ରେ ସୁଶାନ୍ତ ଙ୍କ ପରିବାର ପୋଲିସ କୁ ଜଣାଇ ନଥିଲେ । ଏହା ପରେ ଆଜି ଅପରାହ୍ନ ରେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳ ରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡକାୟତ ମାନେ ଖଣ୍ଡି ହିନ୍ଦୀ , ଓଡ଼ିଆ ଏବଂ ସ୍ଥାନୀୟ ଭାଷା ରେ କଥା ହେଉଥିବା କହିଚିନ୍ତି ଲୁଟ ର ଶିକାର ହୋଇଥିବା ସୁଶାନ୍ତ । ଲୁଟ କରିବା ପୂର୍ବରୁ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ଙ୍କ ମୋବାଇଲ ଛଡ଼ାଇ ନେଇଛନ୍ତି ଲୁଟେରା । ଏବେ ଘଟଣା ର ତଦନ୍ତ ଚାଲିଛି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷ ରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *