Pratidin TV

Odisha's Digital News Platform

ପୋଲିସର ନିଦ ହଜାଇଥିବା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ ..

1 min read

ଆନ୍ତରାଜ୍ୟ 5 ଦୁର୍ଦାନ୍ତ ଡକାୟତକୁ ଗିରଫ କଲା ସୋର ପୋଲିସ l ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ପାଣି ସିମୁଳିଆ ଛକରୁ ଗତ 6 ତାରିଖରେ 5ଲୁଟେରା ଫାଇରିଙ୍ଗ କରି ୩ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଓ 9ତାରିଖ ଖଇରା ଥାନା ବର୍ତ୍ତନl ବଜାର ରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ 12ଲକ୍ଷ ଟଙ୍କା ଲୁଟ ଘଟଣାରେ ଜିଲ୍ଲା ପୋଲିସ 5 ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି l

ଅଭିଯୁକ୍ତ କୁ ଧରିବାରେ ସଦର ଏସଡିପିଓ ଶଶାଙ୍କ ଶେଖର ବେୱରା ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଓ ଖଇରା ଆଇଆଇସି ଗୟାଧର ବେହେରା ଙ୍କର ମିଳିତ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହେlଇଛି l ଅଭିଯୁକ୍ତଙ୍କ ଠାରୁ ଗୋଟାଏ ବିଦେଶି ବନ୍ଧୁକ, ଅଫୁଟା ଗୁଳି 5ଟା, ମାଗାଜିନ୍ 2ଟା 1ଲକ୍ଷ 59ହଜାର ଟଙ୍କା ଉଦ୍ଧାର କରିଥିବା ସହିତ ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ 18 ରୁ ଉର୍ଦ୍ଧ ମାମଲା ଥିବା ନେଇ ବାଲେଶ୍ୱର ଏସପି ସାଗରିକ ନାଥ ସୋର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l

Advertisement

Leave a Reply

Your email address will not be published. Required fields are marked *