Pratidin TV

Odisha's Digital News Platform

ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଆସି ଅଥଳ ଜଳ ରାଶିରେ ଭାସିଗଲେ ଛାତ୍ର ..

1 min read

ସାଙ୍ଗ ମାନଙ୍କ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଆଜି ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରେ । ଉଦ୍ଧାରକାରୀ ଦଳ ଖୋଜୁଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ । ନିଖୋଜ ଥିବା ଛାତ୍ରଜଣଙ୍କ ପାଟକୁରା ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଧିରେନ୍ ବାରିକ ଙ୍କ ଏକମାତ୍ର ପୁଅ କୌସିକ ସାମନ୍ତରାୟ ।ଆଜି ସକାଳେ କୌଶିକ ସାଙ୍ଗମାନଙ୍କ ସହ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା।

ସେ ନଦୀରେ ଭାସିଯାଇଥିଲେ। ସାଙ୍ଗମାନେ କୌଶିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଉଦ୍ଧାର କରିପାରି ନଥିଲେ। ପରେ ଘଟଣା ବିଷୟରେ କୌଶିକଙ୍କ ପରିବାରଙ୍କୁ ଜଣାଇଥିଲେ। ପରିବାର ଲୋକେ ଅଗ୍ନନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ୍ରାଫ ଟିମ ପହଞ୍ଚି ପାରିନାହିଁ ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । କୌସିକ ଜଣେ ମେଧାବୀ ଛାତ୍ର ଥିଲେ ନିକଟରେ ସେ B Farma ପାଠ ପଢିବା ପାଇଁ ନାମ ଲେଖାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *