Pratidin TV

Odisha's Digital News Platform

ପୁଣି ମୁଣ୍ଡ ନେଲା ନିପା ଭାଇରସ , ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ..

ଏବେ ଆତଙ୍କ ଖେଳାଇଲାଣି ନିପା ଭାଇରସ  । ନିପା ଭାଇରସ ଚାଲି ଯାଇଛି    ।  ମାଲାପୁରମରେ ଜଣେ ୧୪ ବର୍ଷୀୟ ନାବାଳକ ନିପା ଭାଇରସରେ ଗତକାଲି ଆକ୍ରାନ୍ତ ହୋଇଥିଲେ । ଏହାପରେ ମାଲାପୁରମ ଜିଲ୍ଲାର ଏହି ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଶନିବାର ମାଲାପୁରମ ଜିଲ୍ଲାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିପା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସଂକ୍ରମିତ ନାବାଳକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ। ଏଥିସହ ଅଧିକ ବିପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ନମୁନା ସଂଗ୍ରହ କରାଯାଇ ତଦନ୍ତ ପାଇଁ ପଠାଯିବ। ସଂକ୍ରମିତ ଅଞ୍ଚଳର ୩ କିଲୋମିଟର ପରିଧି ମଧ୍ୟରେ କଟକଣା ଲାଗୁ ହେବ କି ନାହିଁ ସେ ନେଇ ଜିଲ୍ଲାପାଳ ଓ ପୋଲିସ ମୁଖ୍ୟ ଅଧିକାରୀଙ୍କ ସହ ବୈଠକ କରି ନିଷ୍ପତ୍ତି ନେବେ। ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି। ସେହିପରି ହସ୍ପିଟାଲରେ ରୋଗୀଙ୍କୁ ଭେଟିବାକୁ ଯିବା ବେଳେ ମାସ୍କ ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଲୋକମାନଙ୍କୁ କୌଣସି ପକ୍ଷୀ କିମ୍ବା ପଶୁ ଅଧା ଖଣ୍ଡିଆ କରିଥିବା ଫଳକୁ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *