Pratidin TV

Odisha's Digital News Platform

ଭାରତ ବିନା ଆମେ ଖେଳିବୁ ଚାମ୍ପିୟନ୍ସ ଟ୍ରଫି : ପାକିସ୍ତାନୀ କ୍ରିକେଟରେ ହାସଲ ଅଲ୍ଲୀ..

ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି, କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନାହିଁ। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ଏହି ଖବର କୁ ନେଇ ଏବେ ମୁଁହ ଖୋଲିଛନ୍ତି ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବନାହିଁ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଉଭୟ ଦେଶର କିଛି ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି ।

କିଛିଦିନ ତଳେ ସାହିଦ ଆଫ୍ରିଦ ମଧ୍ୟ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବେ ଏହାକୁ ନେଇ ପାକିସ୍ତାନୀ ଦୃତ ବୋଲର ହାସନ ଅଲ୍ଲୀ କହିଛନ୍ତି କି, ଭାରତୀୟ ଦଳ ଆସିଲେ ଆସନ୍ତୁ ନହେଲେ ନାହିଁ । ରାଜନୀତିଠାରୁ ଖେଳକୁ ଦୂରରେ ରଖିବା ଉଚିତ । ଏକ ପାକିସ୍ତାନୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ଅବସରରେ ହାସଲ ଅଲ୍ଲୀ କହିଛନ୍ତି କି, ଭାରତର ଅଧିକାଂଶ ଖେଳାଳି ଚାହୁଁଛନ୍ତି କି, ସେମାନେ ପାକିସ୍ତାନ ଆସି ଖେଳିବା ପାଇଁ । ମାତ୍ର କାହିଁକି ଏଭଳି କରାଯାଉଛି । ତେବେ ସେମାନେ ଆସିଲେ ଆସନ୍ତୁ ନହେଲେ ଆମେ ସେମାନଙ୍କ ବିନା ଖେଳିବୁ । ସେମାନେ ଯଦି ଚାମ୍ପିୟନ୍ସ ଟ୍ରଫି ଖେଳିବେ ନାହିଁ ତାହେଲେ କ୍ରିକେଟ ଶେଷ ହେବ ନାହିଁ । ଅନ୍ୟ ଦେଶର ଖେଳାଳିମାନେ ଆସିବା ପାଇଁ ରାଜି ଅଛନ୍ତି ।

Leave a Reply

Your email address will not be published. Required fields are marked *