Pratidin TV

Odisha's Digital News Platform

ବଜେଟ ଅଧିଵେଶନ ପୂର୍ବରୁ ବିରୋଧୀଙ୍କୁ ମୋଦି କଲେ ଅପିଲ ..

ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଦେଶବାସୀଙ୍କ ଅପିଲ ।  ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ କହିଛନ୍ତି ଶ୍ରାବଣ ମାସର  ପ୍ରଥମ ସୋମବାରେ ଆରମ୍ଭ ହେବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ।ଶ୍ରାବଣର ପ୍ରଥମ ସୋମବାରରେ ମୁଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଆଜି ସାରାଦେଶବାସୀଙ୍କ  ନଜର ଏହା ଉପରେ ରହିବ । ତେଣୁ ଏହା ସକାରାତ୍ମକ ଅଧିବେଶନ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ଏକ ଗର୍ବର ବିଷୟ ଯେ 60 ବର୍ଷ ପରେ ଏକ ସରକାର ତୃତୀୟ ଥର ପାଇଁ ଫେରିଛି ଏବଂ ତୃତୀୟ ଇନିଂସର ପ୍ରଥମ ବଜେଟ୍ ଉପସ୍ଥାପନ କରିବାର ଅଧିକାର ପାଇଛି । ଦେଶ ଏହାକୁ ଭାରତର ଗଣତନ୍ତ୍ରର ଏକ ସମ୍ମାନଜନକ ଘଟଣା ଭାବରେ ଦେଖୁଛି ।

ଏହାସହିତ  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ମୁଁ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ଆବେଦନ କରିବାକୁ ଚାହୁଁଛି ଯେ ଗତ ଜାନୁଆରୀ ମାସରୁ ଆମେ ଯେତିକି କ୍ଷମତା ଥିଲା ସେତିକି ସଂଗ୍ରାମ କରିଛୁ। ଜନସାଧାରଣଙ୍କୁ ଯାହା କହିବାର ଥିଲା ତାହା ମୁଁ କହିଛି । କିନ୍ତୁ ବର୍ତ୍ତମାନ ସେହି ସମୟ ସମାପ୍ତ ହୋଇଛି । ଦେଶବାସୀ ସେମାନଙ୍କ ରାୟ ଦେଇଛନ୍ତି। ବର୍ତ୍ତମାନ ନିର୍ବାଚିତ ସାଂସଦମାନଙ୍କର କର୍ତ୍ତବ୍ୟ ଦେଶର ଲୋକଙ୍କ ପାଇଁ କାମ କରିବା ବର୍ତ୍ତମାନ ଦଳଠାରୁ ଉର୍ଦ୍ଧ୍ୱରେ ରହି ଦେଶ ପାଇଁ ଲଢିବା ସମସ୍ତ ଏମପିଙ୍କ ଦାୟିତ୍ୱ । ସେ ଆହୁରି କହିଛନ୍ତି, ଆସନ୍ତାକାଲି ଆମେ ଉପସ୍ଥାପନ କରୁଥିବା ବଜେଟ୍ ଅମୃତକାଳର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍। ଆମକୁ ପାଞ୍ଚ ବର୍ଷର ସୁଯୋଗ ମିଳିଛି, ଏହି ବଜେଟ୍ ସେହି ପାଞ୍ଚ ବର୍ଷ ପାଇଁ ଆମର ଦିଗ ସ୍ଥିର କରିବ । ଏହି ବଜେଟ୍ ସାରାଦେଶ ବାସୀଙ୍କ ଆଶାକୁ ପୂରଣ କରିବ ।

Leave a Reply

Your email address will not be published. Required fields are marked *