Pratidin TV

Odisha's Digital News Platform

NEET ପ୍ରସଙ୍ଗରେ ଉଠିଲା ଝଡ଼ , ମୁଁହାମୁଁହି ହେଲେ , ରାହୁଲ ,ଧର୍ମେନ୍ଦ୍ର ଓ ଅଖିଳେଶ ..

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ଉଠିଲା ଝଡ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ସାଂସଦରେ ଘେରିଲେ ବିରୋଧୀ।ଏପରିକି ବଜେଟ୍ ଅଧିବେଶନ ଆରମ୍ଭରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ ଶିକ୍ଷା ମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ହେଉଛି, ଏହି ସମସ୍ୟାର ସମାଧାନ ପାଇଁ ଆପଣ କ’ଣ କରୁଛନ୍ତି? ଯାହା ଉପରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ଯ କହିଛନ୍ତି, ଗତ ୭ ବର୍ଷରେ ପ୍ରଶ୍ନପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ, କିନ୍ତୁ କିଛି ଘଟଣା ଘଟିଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ଅଛି। ତେବେ ରାହୁଲ ମଧ୍ଯ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ଦେଶର ପରୀକ୍ଷା ବ୍ୟବସ୍ଥାରେ ବହୁତ ତ୍ରୁଟି ରହିଛି। ଶିକ୍ଷାମନ୍ତ୍ରୀ ସମସ୍ତଙ୍କର ଭୁଲ ଗଣିଦେଲେ, କିନ୍ତୁ ନିଜର ଦୋଷ ବିଷୟରେ କହିଲେ ନାହିଁ। ମୁଁ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି ଆପଣ ଏହି ମାମଲାର ସମାଧାନ ପାଇଁ କ’ଣ କରିଛନ୍ତି? ସେହିପରି ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ମଧ୍ଯ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ସରକାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରେକର୍ଡ କରିଛନ୍ତି।

Leave a Reply

Your email address will not be published. Required fields are marked *