Pratidin TV

Odisha's Digital News Platform

ବିଶ୍ୱନେତାଙ୍କ ଚତ୍ମକାର ରୂପ , AI ଫ୍ୟାସନ୍ ଶୋ’ର ଭିଡିଓ ସେୟାର କଲେ ଏଲନ ମସ୍କ ।

1 min read

ବିଶ୍ୱନେତାଙ୍କ ଚତ୍ମକାର ରୂପ । AI ଫ୍ୟାସନ୍ ଶୋ’ର ଚମକିଲେ ଦେଶର ନେତା ମାନେ । ରାମ୍ପ ଶୋ ରେ ଚାଲିଲେ ମୋଦୀ, ବାଇଡନ୍‌, ଓବାମା,ପୁଟିବନ୍ , ମସ୍କ ଏଭଳି ଅନେକ ନେତା ଏବଂ ଶିଳ୍ପପତୀ । ଏହାର ଭିଡିଓ ଏକ୍ସରେ ସେୟାର କରିଛନ୍ତି ଏଲନ ମସ୍କ। ମଙ୍ଗଳବାର ମସ୍କ ଏଆଇ ବ୍ୟବହାର କରି ପ୍ରସ୍ତୁତ କରିଥିବା ଏଭଳି ଏକ ଭିଡିଓ ଏକ୍ସରେ ସେୟାର କରିଛନ୍ତି। ଭିଡିଓରେ ସମସ୍ତଙ୍କୁ ଏକ ଭିନ୍ନ ପୋଷାକ ସହପୁରା ହଟ୍‌କେ ଲୁକ୍‌ରେ ଦେଖିବାକୁ ମିଳୁଛି । ଯାହାକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ଭିଡିଓରେ ଧର୍ମଗୁରୁ ପୋପ୍, ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟପ୍ରତି ଜିନପିଙ୍ଗ୍, ଆମେରିକାର ପୂର୍ବତନ ରାଷ୍ଟପ୍ରତି ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ, କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ, ଉତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ୍, ଆପଲ ସିଇଓ ଟିମ କୁକ୍, ଫେସବୁକ ମାଲିକ ଜୁକରବର୍ଗ, ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *