ବିଧାନସଭାରେ ନବୀନଙ୍କ ମାଇକ ବନ୍ଦ୍ କରିଦେଲେ BJP ସରକାର।
1 min readଆଜି ବିଧାନସଭାରେ ରାଜ୍ୟପାଳ ରଘୁବର ଦାସ୍ଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କିଛି କହିବାକୁ ଛିଡା ହୋଇଥିବା ସମୟରେ ତାଙ୍କ ମାଇକକୁ ବନ୍ଦ କରାଯିବା ସହ ତାଙ୍କ କ୍ୟାମେରାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏନେଇ ଆଜି ପ୍ରମିଳା ମଲ୍ଲିକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ବିଜେପି ଉପରେ ବର୍ଷିଛନ୍ତି । ବୋରୋଧୀ ଦଳର ନେତାଙ୍କୁ ମୁହଁ ଖୋଲି କିଛି କହିନଦେବାକୁ ଏକା ବିଜେପିର ଚାଲ ବୋଲି କହିଛନ୍ତି ପ୍ରମିଳା । ନବୀନ ବାବୁଙ୍କ ସହ ଆଜି ଯାହା ହେଲା ତାହା କେବଳ ନବୀନ ବାବୁଙ୍କ ଅପମାନ ନୁହେଁ ବରଂ ସାରା ଓଡିଶାବାସୀଙ୍କୁ ଅନ୍ଧାରରେ ରଖାଯାଉଛି ।
ଅନ୍ୟପଟେ ବିଧାନସଭା ଗୃହ ମୁଲତବୀ ହେବା ପରେ ନବୀନ ବାହାରକୁ ଆସି କହିଥିଲେ, “ମୁଁ ଓ ମୋ ପାର୍ଟି ଦୁଃଖିତ ଏବଂ ଆଶ୍ଚର୍ଯ୍ୟ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବର୍ତ୍ତମାନର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ରାଜ୍ୟରେ ଆଇନଶୃଙ୍ଖଳାକୁ ଭାଙ୍ଗି ଦିଆଯାଇଛି ।”
ପୂର୍ବରୁ କିନ୍ତୁ ଏପରି ହେଉନଥିଲା । ଯେତେବେଳେ ବିଜୁ ଜନତା ଦଳ ସରକାର ଥିଲା ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା କୌଣସି ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଆଇନ୍ ଅନୁସାରେ କାମ କରିବା ଉଚିତ୍ ବୋଲି ନବୀନ ସୋମବାର କହିଛନ୍ତି ।