Pratidin TV

Odisha's Digital News Platform

ନେମପ୍ଲେଟ ବିବାଦରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ : କାଉଡ଼ିଆ ଯାତ୍ରା ମାର୍ଗରେ ହୋଟଲରେ ଲାଗିବନି ନାମଫଳକ ..

1 min read

ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ । ଯୋଗୀ ଅଦିତ୍ୟନାଥ ଙ୍କୁ ଲାଗିଛି ସୁପ୍ରିମ ଝଟକା । କାଉଡ଼ିଆ ଯାତ୍ରା ମାର୍ଗରେ ପଡ଼ୁଥିବା ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ପଠାଇ ଉତ୍ତର ମାଗିଛନ୍ତି କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ ବୋଲି ଜଣାପଡ଼ିଛି। ଏହା ସହିତ କୋର୍ଟ କହିଛନ୍ତି, ଯଦି ପିଟିସନଦାତା ଅନ୍ୟ କୌଣସି ରାଜ୍ୟକୁ ଏଥିରେ ସାମିଲ କରିବାକୁ ଚାହୁଛନ୍ତି, ତାହାଲେ ସେ ସବୁ ରାଜ୍ୟକୁ ବି ନୋଟିସ୍ ଜାରି କରାଯିବ  ।

କୋର୍ଟ ଏହି ନିର୍ଦେଶ ଉପରେ ରୋକ ଲଗାଇ କହିଛନ୍ତି । ଦୋକାନୀମାନଙ୍କୁ ସେମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ଦୋକାନୀଟି କେବଳ ଖାଇବାର ମେନ୍ୟୁ, ତାହା ମାଂସାହାରୀ କି ଶାକାହାରୀ ବ୍ୟତୀତ ଅନ୍ୟ କୌଣସି ସୂଚନା ଦେବା ଆବଶ୍ୟକତା ନାହିଁ ବୋଲି ରୋକ ଠୋକ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ ।

Advertisement

ତେବେ କହିରଖୁଛୁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂରା ରାଜ୍ୟରେ କାଉଡିଆମାନେ ଯେଉଁ ରାସ୍ତା ଦେଇ ଯାଉଛନ୍ତି, ସେ ସମସ୍ତ ରାସ୍ତାରେ ଥିବା ଦୋକାନ, ଠେଲା, ରେଷ୍ଟୁରାଣ୍ଟ ସବୁଥିରେ ଦୋକାନୀଙ୍କ ନାମ ଲେଖାଥିବା ନେମ୍ ପ୍ଲେଟ୍ ଲଗାଇବାକୁ ଆଦେଶ ଜାରି କରିଥିଲେ । ଯାହା ପ୍ରଥମେ ମୁଜାଫର ନଗରରେ ଲାଗୁକରିଥିବା ବେଳେ ପରେ ପୂରା ରାଜ୍ୟରେ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ସରକାର । ଯାହାକୁ ନେଇ ତେଜିଥିଲା ବିବାଦ ।

Leave a Reply

Your email address will not be published. Required fields are marked *