Pratidin TV

Odisha's Digital News Platform

ମହାକାଶରେ ସୁନିତାଙ୍କୁ ଛୁଟି ଦେଲା ନାସା..

1 min read

ମହାକାଶରେ ସୁନୀତା ୱିଲିୟମ୍ସଙ୍କୁ ମିଳିଲା ଛୁଟି ।  ତାଙ୍କ ସହକର୍ମୀ ବଚ୍ ୱିଲମୋରଙ୍କ ସହ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଏକ ବିରଳ ‘ଡେ-ଅଫ୍‌’ ବା ଛୁଟି ଦିନକୁ ଉପଭୋଗ କରିଛନ୍ତି। ବୋଇଙ୍ଗର କ୍ରୁ ଫ୍ଲାଇଟ୍ ଟେଷ୍ଟର ଅଂଶବିଶେଷ ଏହି ଯୋଡ଼ି ଷ୍ଟାରଲିନର୍ ମହାକାଶଯାନ ଭିତରେ କିଛି ସମୟ ଅତିବାହିତ କରିଥିବା ସୂଚନା ରହିଛି। ଅନେକ ବିଳମ୍ବ ଏବଂ ବୈଷୟିକ ଆହ୍ବାନର ସମ୍ମୁଖୀନ ହେବା ପରେ ସୁନୀତାଙ୍କୁ ମହାକାଶରେ ଏହି ଛୁଟି ମିଳିଛି।ଜୁନ୍ ୫ରେ ମହାକାଶକୁ ଉଡାଣ ଭରିବା ପରେ  ପ୍ରଥମେ ୧୦ ଦିନ ରହିବାକୁ ଯୋଜନା କରିଥିଲେ। ମାତ୍ର ବୈଷୟିକ ସମସ୍ୟା ହେତୁ ସେମାନଙ୍କର ଫେରସ୍ତ ବିଳମ୍ବ ହୋଇଛି।

ଏହି ଅସୁବିଧା ସତ୍ତ୍ୱେ ନାସା ନିଶ୍ଚିତ କରିଛନ୍ତି ଯେ ମହାକାଶଚାରୀଙ୍କର ବର୍ଦ୍ଧିତ ରହଣି ପାଇଁ ଭଲ ବ‌ନ୍ଦୋବସ୍ତ କରାଯାଇଛି।  ଛୁଟି ଦିନରେ  ଦୁଇ ମହାକାଶଚାରୀ ହାଲ୍‌କାଫୁଲ୍‌କା କାର୍ଯ୍ୟକଳାପରେ ନିୟୋଜିତ ହୋଇଥିଲେ। ଯେପରିକି ଦୈନନ୍ଦିନ ବ୍ୟାୟାମ, ଘର କାର୍ଯ୍ୟ, ଏବଂ ଜନସମ୍ପର୍କ କାର୍ଯ୍ୟ ଆଦି କରିଥି‌ଲେ। ପରିବାରକୁ କଲ କରିବା, ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ହେବା ଏବଂ ମହାକାଶରୁ ପୃଥିବୀର ଦୃଶ୍ୟକୁ ଉପଭୋଗ କରିବା ପାଇଁ ସେମାନେ ନିଜର ବ୍ୟକ୍ତିଗତ ସମୟକୁ ବିତାଇଥିଲେ।

Advertisement

Leave a Reply

Your email address will not be published. Required fields are marked *