Pratidin TV

Odisha's Digital News Platform

କରିଲେ ଘୋଷଣା  , ଅଲିମ୍ପିକ୍ସ ଖେଳି  ଅବସର ନେବେ  ଶ୍ରୀଜେସ ..

1 min read

ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ଖେଳରୁ ଖେଳରୁ ଅବସର ନେବେ। ସେ ସୋମବାର ଅବସର ଘୋଷଣା କରିଛନ୍ତି  ।ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

 ୨୦୦୬ ସାଉଥ ଏସିଆନ ଗେମ୍ସରେ ତାଙ୍କ ପଦର୍ପଣ ପରଠାରୁ ଶ୍ରୀଜେସ ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାକର୍ତ୍ତା-ପାଲେମବାଙ୍ଗ ଏସିଆଡ୍‌ରେ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସ୍ମରଣୀୟ ବିଜୟରେ ତାଙ୍କର ଏକ ବଡ଼ ଭୂମିକା ରହିଛି। ସେ ଆହୁରି ମଧ୍ୟ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜୟୀ ଦଳ ଏବଂ ଭୁବନେଶ୍ୱରରେ ୨୦୧୯ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଚାମ୍ପିୟନ ଦଳର ଅନ୍ୟତମ ସଦସ୍ୟ ଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜୟରେ ଏହି ପ୍ରବୀଣ ଗୋଲିକରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ପରିପ୍ରେକ୍ଷୀରେ ଭାରତର ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବ୍ରୋଞ୍ଜ ପଦକ ହାସଲ ପଛରେ ଶ୍ରୀଜେସ ଅନ୍ୟତମ ମୁଖ୍ୟ ସ୍ଥପତି ଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଜିତି ଶ୍ରୀଜେସଙ୍କ ଅନ୍ତିମ ଟୁର୍ନାମେଣ୍ଟକୁ ଆମେ ସ୍ମରଣୀୟ କରିବାକୁ ଆମେ ଚେଷ୍ଟା କରିବୁ।

Advertisement

Leave a Reply

Your email address will not be published. Required fields are marked *