Pratidin TV

Odisha's Digital News Platform

ଆଜି ମୋଦିଙ୍କ ୩.୦ ସରକାରର ପ୍ରଥମ ବଜେଟ, ଅର୍ଥମନ୍ତ୍ରୀ ଭାବେ ରେକର୍ଡ ୭ମ ଥର ଉପସ୍ଥାପନ କରିବେ ସୀତାରମଣ

1 min read

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଲୋକ ସଭାରେ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହା ନିର୍ମଳାଙ୍କ କ୍ରମାଗତ ୭ମ ବଜେଟ ହୋଇଥିବା ବେଳେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ସରକାର ପ୍ରଥମ ବଜେଟ |

ସୂଚନା ଅନୁଯାୟୀ, ସୋମବାର ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ଏହା ଗର୍ବର ବିଷୟ ଯେ, ୬୦ ବର୍ଷ ପରେ କୌଣସି ସରକାର କ୍ରମାଗତ ତୃତୀୟଥର କ୍ଷମତାକୁ ଆସିବା ସହ ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ କରୁଛି।’

Advertisement

ତେବେ କ୍ରମାଗତ ୭ମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ | ତେବେ ବଡ କଥା ହେଉଛି ଏହି ବଜେଟ ଉପସ୍ଥାପନ କରି ସେ ପୁର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ଼ ଭାଙ୍ଗିବାକୁ ଯାଉଛନ୍ତି | ୨୦୧୯ ସାଧାରଣ ନିର୍ବାଚନ ପରେ ମୋଦୀଙ୍କ ଦ୍ବିତୀୟପାଳୀ ସରକାରରେ ସୀତାରମଣ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ମହିଳା ଭାବେ ସେ ବଜେଟ ଉପସ୍ଥାପନ କରିଥିଲେ। ୨୦୧୯ରେ ପାରମ୍ପରିକ ବଜେଟ ବ୍ରିଫ୍‌କେସ୍‌ ବଦଳାଇ ସୀତାରମଣ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫ଟି ପୂର୍ଣ୍ଣାଙ୍ଗ ବଜେଟ ଓ ଗୋଟିଏ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି।

ସୀତାରମଣ ଏହା ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟ୍‌ଲି, ପି.ଚିଦମ୍ବରମ ଏବଂ ଯଶୱନ୍ତ ସିହ୍ନାଙ୍କ ୫ଥର ବଜେଟ ଉପସ୍ଥାପନ ରେକର୍ଡ ଅତିକ୍ରମ କରିସାରିଛନ୍ତି। ଫେବୃଆରୀ ୧ରେ ସୀତାରମଣ କ୍ରମାଗତ ୬ଥର ବଜେଟ ଉପସ୍ଥାପନ କରି ଶ୍ରୀ ଦେଶାଇଙ୍କ ସମକକ୍ଷ ହୋଇଥିଲେ। ଦ୍ବିତୀୟଥର ଅର୍ଥମନ୍ତ୍ରୀ ଦାୟିତ୍ବ ନେବା ପରେ ସୀତାରମଣ ଜୁଲାଇ ୨୩ରେ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ଏନ୍‌ଡିଏ ସରକାରଙ୍କ ବିକଶିତ ଭାରତ ସ୍ବପ୍ନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଶେଷ କରି ଆୟକର ଛାଡ଼ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବଢ଼ାଇବା ଲାଗି ସେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିଏଲ୍‌ ଇଷ୍ଟେଟ୍‌ ସେକ୍ଟର ମଧ୍ୟ ବଜେଟରୁ ଟିକସ ରିହାତି ପାଇବା ପାଇଁ ଆଶା ରଖିଛି।

Leave a Reply

Your email address will not be published. Required fields are marked *