Pratidin TV

Odisha's Digital News Platform

ମାଁଙ୍କଠୁ ବଳିକି ଝିଅ : ବ୍ଲୁ ଶାଢି,ମଥାରେ ବିନ୍ଦି ,ଗଭାରେ ଗଜରା ଲଗାଇ ଶ୍ରୀଦେବୀଙ୍କ ଶ୍ମୃତିକୁ ..

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଅପସରୀ କହିଲେ ମଧ୍ୟ କମ୍ ପଡିଯିବ ତାଙ୍କ ପାଇଁ । ହଁ ଆମେ ଏଠି ଶ୍ରୀଦେବୀଙ୍କ କଥା ହିଁ କହୁଛୁ । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଯେପରି କଳାବାଦଲ ଘେରିଯାଇଥିଲା । କିନ୍ତୁ ବର୍ତ୍ତମାନ ବଲିଉଡ୍‌କୁ ପୁଣି ଭେଟିଦେଇଛନ୍ତି ଜାହ୍ନଭୀଙ୍କ ଝିଅ ଶ୍ରୀଦେବୀଙ୍କୁ । ଆଜ୍ଞା ହଁ ନିକଟରେ ଜାନଭୀ ନିଜର କିଛି ଏଭଳି ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ପ୍ରସଂସକ ମାନେ ଭାବବିହ୍ୱଳ ହୋଇପଡିଛନ୍ତି । ଅନେକ ଜାନଭୀ ଙ୍କୁ ଶ୍ରୀଦେବୀଙ୍କ ଛାୟୀ ବୋଲି କହିଥିବା ବେଳେ , ଆଉ କିଛି କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ – ଜାନଭୀ ତୁମେ ଶ୍ରୀଦେବଙ୍କ କଥା ମନେପକାଇଦେଲ ।

ନଭେମ୍ବର ୪ ରେ ଜାହ୍ନଭୀଙ୍କ ଫିଲ୍ମ ମିଲି ରିଲିଜ୍ ହୋଇଥିବା ବେଳେ , ଦର୍ଶକଙ୍କ ମନ ଜିଣୁଛି ଏହି ଫିଲ୍ମ । ଏହି ଫିଲ୍ମରେ ଜାନଭୀ ଙ୍କ ସହ ସନି କୌଶଲଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ତେବେ ନିକଟରେ ଜାନଭୀ କପୁର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସମସ୍ତେ ଜାନଭୀଙ୍କୁ ତାଙ୍କ ମା ଏବଂ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ତୁଳନା କରୁଛନ୍ତି। ଜାନଭୀ କପୁରଙ୍କ ପାରମ୍ପାରିକ ଲୁକ୍ ତାଙ୍କ ମାତା ଶ୍ରୀଦେବୀଙ୍କୁ ମନେ ପକାଉଛି। ଏହି ନୂଆ ଫଟୋ ଗୁଡ଼ିକରେ ଅଭିନେତ୍ରୀ ଏକ ନିମ୍ଫରୁ କମ୍ ଦେଖାଯାଉଛନ୍ତି ।

Advertisement

ଫଟୋରେ ଜାନଭୀ ଏକ ନୀଳ ବନାରସୀ ଶାଢୀ ପିନ୍ଧିଛନ୍ତି । ଅଭିନେତ୍ରୀ କପାଳରେ ବିନ୍ଦି, କେଶରେ ଗଜରା ଏବଂ କାନରେ କାନଫୁଲ ପିନ୍ଧିଥିଲେ । ବର୍ତ୍ତମାନ ଜାନଭୀଙ୍କ ଏହି ସରଳ ଶୈଳୀ ସମସ୍ତଙ୍କ ହୃଦୟ ଜିତୁଛି ।ଦେଶୀ ଗର୍ଲ ଲୁକ୍‌ରେ ବଲିଉଡ୍‌ର ହଟ୍ ଅଭିନେତ୍ରୀମାନଙ୍କୁ ପଛରେ ପକାଇଦେଇଛନ୍ତି ଜାନଭୀ ।

Leave a Reply

Your email address will not be published. Required fields are marked *