Pratidin TV

Odisha's Digital News Platform

ନିର୍ମଳା କଲେ ବଡ଼ ଘୋଷଣା , ମହିଳାଙ୍କ ନାମରେ ସମ୍ପତ୍ତି କିଣିଲେ ମିଳିବ ରିହାତି ..

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଏହାରି ଭିତରେ ଭାରତର ମହିଳା ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା ।ଏହି ବଜେଟରେ ମହିଳାଙ୍କ ପାଇଁ ଏକ ଖୁସି ଖବର ରହିଛି ।

ଯଦି ମହିଳାଙ୍କ ନାମରେ ସମ୍ପତି ରେଜିଷ୍ଟ୍ରି କରନ୍ତି ତେବେ ଷ୍ଟାମ୍ପ ଡ୍ୟୁଟିରେ ମିଳିବ ରିହାତି ।  ମହିଳାଙ୍କ ନାମରେ ସମ୍ପତ୍ତି କ୍ରୟ ପାଇଁ ପଞ୍ଜୀକରଣ ସମୟରେ ଚାର୍ଜ ହୋଇଥିବା ଷ୍ଟାମ୍ପ ଡ୍ୟୁଟିରେ ରିହାତି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହା ସହିତ ଗରିବମାନେ ଘର କିଣିବା ସମୟରେ ପଞ୍ଜିକରଣ ପାଇଁ ଷ୍ଟାମ୍ପ ଡ୍ୟୁଟିରେ ବହୁତ ଆରାମ ପାଇପାରିବେ। ଏହା ବ୍ୟତୀତ ସରକାର ଗୃହ ନିର୍ମାଣ ପାଇଁ ମଧ୍ୟ ଅନେକ କିଛି ଘୋଷଣା ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *