Pratidin TV

Odisha's Digital News Platform

ହଷ୍ଟେଲରେ ଡ଼ାଇରିଆ, ମେଡିକାଲରେ ଭର୍ତ୍ତି ହେଲେଣି ୧୮ ରୁ ଉର୍ଦ୍ଧ ଛାତ୍ରୀ

1 min read

ଉଦଳା ; ହଷ୍ଟେଲରେ ବ୍ୟାପିଛି ଡ଼ାଇରିଆ, ମେଡିକାଲରେ ଭର୍ତ୍ତି ହେଲେଣି ୧୮ ରୁ ଅଧିକ ଛାତ୍ରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଶିକ୍ଷା ବ୍ଲକ ଅଧୀନ ବଡ଼ଖଲାଡି ଆଶ୍ରମ ବିଦ୍ୟାଳୟରେ। ଗତକାଲି ରାତିରେ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଅଣ୍ଡା ଏବଂ ଭାତ ଖାଇଥିଲେ।

ଏହା ପରେ ଆଜି ସକାଳ ସମୟରୁ କିଛି ହଷ୍ଟେଲ ଅନ୍ତେବାସୀଙ୍କ ମୁଣ୍ଡ ବୁଲାଇବା ସହିତ ଜ୍ୱର ହୋଇଥିଲା, ପରେ ପରେ ଅନ୍ତେବାସିନୀ ମାନଙ୍କୁ ଝାଡା ହେବା ଆରମ୍ଭ ହୋଇଥିଲା। ଯାହା ପରେ ଛାତ୍ରୀ ମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ୧୮ ଜଣ ଛାତ୍ରୀମାନଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ୧୦ ଜଣଙ୍କ ଅବସ୍ଥାରେ ସୁଧାର ଆସିବାରୁ ସେମାନେ ହଷ୍ଟେଲ କୁ ଫେରି ଯାଇଛନ୍ତି।

Advertisement

ଅନ୍ୟ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ତେବେ ଡ଼ାଇରିଆ ବ୍ୟାପିବା କାରଣ ବାବଦରେ ମେଟ୍ରୋନଙ୍କୁ ପଚାରିଥିଲେ ସୁଦ୍ଧା ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନ ଥିଲେ। ଛାତ୍ରୀ ମାନଙ୍କ ଅବସ୍ଥାରେ ଏବେ ସୁଧାର ଆସୁଥିବା କହିଛନ୍ତି ଚିକିତ୍ସା କରିଥିବା ଡାକ୍ତର।

Leave a Reply

Your email address will not be published. Required fields are marked *