Pratidin TV

Odisha's Digital News Platform

ଜସ୍ମିନ ଙ୍କ ଫେରିଲା ଦୃଷ୍ଟିଶକ୍ତି , କାମକୁ ଫେରିଲେ ଅଭିନେତ୍ରୀ ..

1 min read

ଫେରିଲା ଜସ୍ମିନଙ୍କର ଦୃଷ୍ଟିଶକ୍ତି କାମକୁ ଫେରିଲେ ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ । ଜସ୍ମିନ ଭାସିନ  ଲେନ୍ସ ଲଗାଇବାରୁ ତାଙ୍କର ସବୁ ସମସ୍ୟା ସୃଷ୍ଟି ହୋଇଥିଲା । ନିକଟରେ ସେ  ଲେନ୍ସ ଲଗାଇବା ମାତ୍ରେ ତାଙ୍କର ଆଖି ନଷ୍ଟ ହୋଇଗଲା, ଯନ୍ତ୍ରଣା ଆରମ୍ଭ ହେଲା, ଜଳିଗଲା ଏବଂ କିଛି ସମୟ ପରେ ତାଙ୍କ ଆଖିକୁ କିଛି ଦେଖାଗଲାନି ବୋଲି ଜସ୍ମିନ କହିଛନ୍ତି। ଜସ୍ମିନ ଜୁଲାଇ ୧୭ରେ  ଏକ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ଥିଲେ। ଏହି ସମୟରେ ସେ ଲେନ୍ସ ପିନ୍ଧିଥିଲେ।

ଲେନ୍ସରେ ରଖିବା ମାତ୍ରେ ତାଙ୍କ ଆଖି ଖରାପ ହୋଇଗଲା। ଲେନ୍ସ ପିନ୍ଧିବା ପରେ ଆଖି ଜଳିବା ଆରମ୍ଭ କଲା। ସେ  ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇପାରି ନ ଥିଲେ। ସମଗ୍ର ଇଭେଣ୍ଟରେ ଚଷମା ପିନ୍ଧିଥିଲେ। କିଛି ସମୟ ପରେ ସେ କିଛି ଦେଖି ପାରି ନ ଥିଲେ। ଇଭେଣ୍ଟ ପରେ ସେ ଡାକ୍ତରଖାନକୁ ଯାଇଥିଲେ। ସେଠାରେ ଡାକ୍ତର କହିଥିଲେ ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି। ଏହା ପରେ ତାଙ୍କ ଆଖିରେ ବ୍ୟାଣ୍ଡେଜ ଲଗାଯାଇଥିଲା। ସେ ମୁମ୍ବାଇ ଫେରିଥିଲେ ଏବଂ ଅଧିକ ଚିକିତ୍ସା ହୋଇଥିଲା । ବର୍ତ୍ତମାନ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିବା ବେଳେ ସେ ସୁସ୍ଥ ହୋଇ କାମକୁ ଫେରିଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *