Pratidin TV

Odisha's Digital News Platform

ସୋନିଆ-ଜୟା ଭେଟ , ପୁଣି ଫେରି ଆସିବ ବନ୍ଧୁତା…

1 min read

ବଚନ ପରିବାର ଓ ଗାନ୍ଧୀ ପରିବାର ମଧ୍ୟରେ ଥିବା ନିବିଡ ସମ୍ପର୍କ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କ ବହୁତ ଖାସ୍‌ ଥିଲା । ଉଭୟଙ୍କ ମଧ୍ୟରେ ବଢୁଥିବା ସମ୍ପର୍କକୁ ନେଇ କେହି କେହି ଅମିତାଭଙ୍କୁ ଇନ୍ଦିରାଙ୍କ ପୁଅ ବୋଲି ମଧ୍ୟ କହୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଏମିତି ଏକ ସମୟ ଆସିଲା ଯେଉଁଥିପାଇଁ ଖରାପ ହୋଇଗଲା ବଚନ ପରିବାର ଓ ଗାନ୍ଧୀ ପରିବାର ସମ୍ପର୍କ । ଏପରିକି କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା। କିନ୍ତୁ ବୁଧବାର ସଂସଦରେ ଏକ ପରିବର୍ତ୍ତିତ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଦୀର୍ଘ ସମୟ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ବିଗ୍ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ମଧ୍ୟରେ ସଂସଦ ପରିସରରେ ହସଖୁସିର ବାତାବରଣ ଦେଖାଦେଇଥିଲା। ବାସ୍ତବରେ କେନ୍ଦ୍ରର ବଜେଟକୁ ବିରୋଧ କରିବାକୁ ବିରୋଧୀ ଦଳ ଏକାଠି ହୋଇଥିଲେ। ଏହି ସମୟରେ ସୋନିଆ ଗାନ୍ଧୀ ଏବଂ ଜୟା ବଚ୍ଚନ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଦୁଇ ଭେଟେରାନ କଥା ହେଉଥିବାବେଳେ ଜୟା ବଚ୍ଚନ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସଂସଦ ଗୃହ ପରିସରରେ ସୋନିଆ ଗାନ୍ଧୀ ଏବଂ ଜୟାଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବାର ଦେଖିବାକୁ ମିଳିଥିଲା। ସୋନିଆ ଏବଂ ଜୟାଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରଥମ ଥର ପାଇଁ ରାଜନୈତିକ ମହଲରେ ଉଷ୍ଣତା ସୃଷ୍ଟି କରିଛି

Leave a Reply

Your email address will not be published. Required fields are marked *