Pratidin TV

Odisha's Digital News Platform

ବର୍ଷାରେ ଭୁଶୁଡିଲା ବିଲ୍ଡିଂ, ୩ ମୃତ 

1 min read

ବର୍ଷାରେ ଉବୁଟୁବୁ ଗୁଜୁରାଟ ସହର | ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ଏଠାକାର ପରିସ୍ଥିତି | ବର୍ଷା ଯୋଗୁଁ ଗୁଜୁରାଟ ଦ୍ୱାରିକାରେ ଏକ ବିଲ୍ଡିଂ ଭୁଶୁଡି ପଡିଛି | ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଉଛି | ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ NDRF ଟିମ ଗତ ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |

ଭଗ୍ନାବଶେଷ ତଳୁ NDRF ଟିମ ମୃତଦେହ ଉଦ୍ଧାର କରିବା ସହ ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି | ତେବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି | ତେବେ ଅନ୍ୟପଟେ ଗୁଜୁରାଟର ସୁରଟରେ ଏବେ ମଧ୍ୟ ସୁଧୁରିନି ବନ୍ୟା ସ୍ଥିତି | ବର୍ଷା ଛାଡ଼ିଛି ହେଲେ ଦୁର୍ଦ୍ଦଶା ବଢିଛି | ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି ଶହ ଶହ ଲୋକ |

Advertisement

ଅନ୍ୟପଟେ ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌ର ୨୦ଟି ଟିମ୍‌ ଓ ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌ ନିୟୋଜିତ କରାଯାଇଛି। ଲଗାତର ବର୍ଷା ଯୋଗୁ ଗୁଜରାଟର ସବୁଠୁ ବଡ଼ ଡ୍ୟାମ୍‌ ସର୍ଦ୍ଦାର ସରୋବର ଡ୍ୟାମ୍‌ ୫୪ ପ୍ରତିଶତ ପୂର୍ଣ୍ଣ ହୋଇଛି।

Leave a Reply

Your email address will not be published. Required fields are marked *