Pratidin TV

Odisha's Digital News Platform

ତୁର୍କୀଜ୍ ସିରିଜ୍‌ରେ ଭାରତୀୟ ଅଭିନେତ୍ରୀ , ସୋନି ଟିଭିରେ ଆସୁଛି ରିମେକ୍‌….

1 min read

ନୂଆଦିଲ୍ଲୀ : ସିରିଏଲ/ସିରିଜ୍ ପ୍ରେମୀଙ୍କ ପାଇଁ ବଡ ଖବର । ତୁର୍କୀଜ୍ ର ବହୁ ହିଟ୍ ସିରିଜ୍ ଭିତରୁ ଗୋଟେ ୱାନ ଥାଉଜେଣ୍ଟ ନାଇଟ୍ । ଏହି ସିରିଜିର ରିମେକ୍‌ର ଲିଡ୍ ରୋଲରେ ନଜର ଆସିବେ ଆଦିତି ଶର୍ମା ଓ ଆଦନାନ୍ ଖାନ୍ । ରଣବୀର ସିଂ ଓ ଶାହିଦ କପୁରଙ୍କ ଭଳି ଅଭିନେତାଙ୍କ ସହ ପୂର୍ବରୁ ‘ସିଲ୍ସିଲା ବଦଲ୍ତେ ରିସ୍ତୋଁ କା’ରେ ଅଭିନୟ କରିଥିବା ଅଦିତି ଏବେ ଛୋଟ ପରଦାକୁ ଫେରୁଛନ୍ତି।

ବିଶ୍ୱର ୫୦ ରୁ ଉର୍ଦ୍ଦ ଦେଶରେ ଭିନ୍ନ ଭିନ୍ନ ଭାଷାରେ ଦର୍ଶକଙ୍କ ଉପହାର ସ୍ୱରୂପ ଦିଆଯାଇଥିବା ଏହି ସିରିଜ୍ ଟି ନିଜର ଖୂବ୍ ନାମ କମାଇଥିଲା । ବର୍ତ୍ତମାନ ଏହାର ରିମେକ୍‌ରେ ଆଦିତି ଏବଂ ଆଦନାନ୍ କଣ କମାଲ କରୁଛନ୍ତି ତାହା ଦେଖିବା ବାକି ରହିଲା । ନିକଟରେ ସିରିଜ୍‌ର ଟ୍ରିଜର ରିଲିଜ୍ ହୋଇଥିଲା । ଯାହାକି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ସିରିଏଲଟି ଟେଲିକାଷ୍ଟ ନହେବା ପୂର୍ବରୁ ଏହାର କ୍ରେଜ୍ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

‘୧୦୦୧ ନାଇଟ୍ସ’ର ହିନ୍ଦୀ ରିମେକ୍ର ଶୀର୍ଷକ ରହିଛି ‘କଥା ଅନ୍କହି’। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି କି ଏଥିରେ ସଂଳାପର ମନୋରମ ସଂରଚନା ସହ ବିଚିତ୍ର ଚରିତ୍ରମାନଙ୍କୁ ଦେଖିବାକୁ ମିଳିବ। ଟେଲିଭିଜନ୍ ମାଧ୍ୟମରେ ବି ଏହା ବିଶ୍ବର ବହୁ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି। ଏଇ ଟେଲି ସିରିଜ୍ ଅର୍ଥାତ୍ ‘କଥା ଅନକହି’ର ଟ୍ୟାଗ୍ଲଇନ୍ ରହିଛି ‘ଇନ୍କୀ କହାନୀ ମେ ହୈ କସକ୍ ନଫ୍ରତ କୀ, ୟା କାଶିଶ୍ ପ୍ୟାର କୀ ? ଜାନିୟେ’। ତୁର୍କୀ ଭାଷାରେ ନିର୍ମିତ ଏହି ୱେବ୍ ସିରିଜ୍ ଏବେ ସୋନି ଟିଭିରେ ହିନ୍ଦୀ ଭାଷାରେ ଦେଖିବାକୁ ମିଳିବ।

https://www.instagram.com/reel/CkP1WZAgCsv/?utm_source=ig_web_copy_link

Leave a Reply

Your email address will not be published. Required fields are marked *