Pratidin TV

Odisha's Digital News Platform

ଓଡିଶା ବଜେଟ ୨୦୨୪-୨୫ : ବନ୍ଦ ହେଲା BSKY , ଆରମ୍ଭ ହେଲା ଗୋପବନ୍ଧୁ ଯୋଜନା ..

1 min read

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବଜେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର । ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ।

ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ଘୋଷଣା ହୋଇଛି ।ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କର ଏହା ଓଡ଼ିଶା ପାଇଁ ପ୍ରଥମ ବଜେଟ । ରାଜ୍ୟର ମୋଟ ବଜେଟ୍ ପରିମାଣ ରହିଛି 2 ଲକ୍ଷ 65 ହଜାର କୋଟି । ଗତ ସରକରା 2 ଲକ୍ଷ 55 ହଜାର ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ତେବେ 2023-24 ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ 15 ପ୍ରତିଶତ ଅଧିକ ରହିଛି ।

Advertisement

Leave a Reply

Your email address will not be published. Required fields are marked *