ସ୍କୁଲ ଡ୍ରପଆଉଟ୍ ରୋକିବାକୁ “ମାଧବ ସିଂ ଯୋଜନା ସ୍କୁଲ ପିଲାଙ୍କୁ ” ମିଳିବ ୫୦୦୦ ଟଙ୍କା …
1 min readଆଜି ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ସ୍କୁଲ ପିଲାମାନଙ୍କ ହଟାଖର୍ଚ୍ଚ ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।