ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି : ନବୀନ ପଟ୍ଟନାୟକ
1 min readଡବଲ ଇଂଜିନ ସରକାର ଡବଲ ନିରାଶ କରିଛି। ଆମେ ଏହି ବଜେଟ୍ ନେଇ ଖୁସି ନାହୁଁ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି। ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବି ବୋଲି ନବୀନ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ମଧ୍ୟ ବଜେଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗରିବଙ୍କୁ ମାରିବାକୁ ଏ ବଜେଟ ହୋଇଛି। ଖାଲି ନାଁ ବଦଳେଇଛନ୍ତି। ଏ ବଜେଟରେ କିଛି ନୂତନତ୍ୱ ନାହିଁ । ବଜେଟରେ ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ । ଏହା ଖାଲି ହାୱା ବୋଲି କଂଗ୍ରେସ ନେତା କହିଛନ୍ତି। ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏହାସହିତ ମୋ ସ୍କୁଲ କୁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପ୍ରଣୟନ କରିଛନ୍ତି ।