ଆହେ ନୀଳ ଶୈଳ – ପୁଣି ୩ୟ ଥର ପାଇଁ ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ଐତିହାସିକ ନାଟକ
1 min readଭୁୁବନେଶ୍ୱର : ଭକ୍ତ ଓ ଭଗବାନଙ୍କ ନିବିଡ ସମ୍ପର୍କକୁ ଦର୍ଶାଉଥିବା ଏକ ସୁନ୍ଦର ସତ୍ୟ କଥାଚିତ୍ର ‘ ଆହେ ନୀଳ ଶୈଳ’ । ତୃତୀୟ ଥର ପାଇଁ ପୁଣି ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ଆହେ ନୀଳ ଶଇଳ’ । ପୂର୍ବରୁ ୨ଥର ରବୀନ୍ଦ୍ର ମଣ୍ଡପ ଓ ଥରେ ବେଙ୍ଗାଲୁରୁରେ ଏହି ନାଟକ ପରିବେଷଣ ହୋଇ ଉଚ୍ଚ ପ୍ରଂଶସିତ ହୋଇଛି । ଲୋକମାନଙ୍କ ଡିମାଣ୍ଡରେ ଗତକାଲିଠାରୁ ପୁଣି ଆରମ୍ଭ ହୋଇଛି ଏହି ଐତିହାସିକ ନାଟକ ଆହେ ନିଳ ଶୈଳ । ଏହା ଗତକାଲି ଅର୍ଥାତ୍ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏ ଚାଲିବ ।
ଓଡିଆ ଜାତିର ପ୍ରାଣ ଜଗନ୍ନାଥଙ୍କୁ ସମର୍ପିତ ଏହି ଐତିହାସିକ ସତ୍ୟ ଘଟଣାକୁ ନାଟକ ସ୍ୱରୂପରେ ଲୋକମାନଙ୍କୁ ଖୁବ୍ ପ୍ରଭାବିତ କରିପାରିଥିଲା । ଏନେଇ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରଥମଥର ୨୦୨୨ ଏପ୍ରିଲମାସ ୧୦ ଓ ୧୧ ତାରିଖ ପାଇଁ ଏହି ନାଟକଟି ମଞ୍ଚସ୍ଥ ହେବା ପରେ , ଲୋକମାନଙ୍କ ଦାବିରେ ପୁନଶ୍ଚ ୨୦୨୨ ଜୁଲାଇ ମାସ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମଟି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା ।
ପୂର୍ବରୁ ୨ ଥର ମଞ୍ଚସ୍ଥ ହୋଇଥିବା ଏହି ନାଟକର ଲୋକ ଏତେମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ଏହାକୁ ବାରମ୍ବାର ଭୁବନେଶ୍ୱରରେ ମଞ୍ଚସ୍ଥ କରିବାକୁ ଡିମାଣ୍ଡ କରିଛନ୍ତି ଦର୍ଶକ । ଏହି ନାଟକଟି ଭଗବାନ ଏବଂ ଭକ୍ତର ନିବିଡ ପ୍ରେମକୁ ଦର୍ଶାଇଥିବା ବେଳେ , ଏଥିରେ ଓଡିଆ ଉପରେ ମୋଗଲ ମାନଙ୍କ ଆକ୍ରମଣ ଓ ଖୋର୍ଦ୍ଦାଗଡର ଦଖଲ ସତ୍ୟ ଲୋମହର୍ଷକର କାହଣୀକୁ ଦର୍ଶାଇଛି । ଏହା ସହ ମୋଗଲ ଆର୍କମଣ ଯୋଗୁ ଶ୍ରୀମନ୍ଦିରର କିଭଳି ପ୍ରଭାବିତ ହୋଇଥିଲା । ଭଗବାନଙ୍କୁ ଶ୍ରୀମନ୍ଦିରରୁ ନେଇ ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜା କିଭଳି ଚିଲିକାର ଗୁମ୍ପା ଭିତରେ ରଖିଥିଲେ । ରାଜାଙ୍କୁ ମୋଗଲମାନେ କିଭଳି ବନ୍ଦି କରିଥିଲେ । ଏସବୁକୁ ବେଶ୍ ଉତ୍ତମ ଢଙ୍ଗରେ ପରିବେଶଣ କରିଥିଲେ ବଛା ବଛା ଓଡିଆ କଳାକାର ।
ଆପଣ ଏହି ନାଟକକୁ ଦେଖିବାକୁ ଚାହୁଁଥିଲେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ୍ କରିପାରିବେ । ଅନଲାଇନରେ ବୁକ ମାଇ ଶୋ ଡଟ୍ କମରେ ଟିକେଟ ବୁକ କରିପାରିବେ । ରବୀନ୍ଦ୍ର ମଣ୍ଡପରେ ବିି ଟିକେଟ ଉପଲବ୍ଧ ହେଉଛି । ଏହାଛଡା ଫୋନ କରି ବି ଆପଣ ଟିକେଟ ବୁକ କରିପାରିବେ । ମୋବାଇଲ ନମ୍ବର ହେଉଛି, ୯୮୫୩୦୩୫୧୦୪ ।
ପୁରୀର ଗଜମତି ମହାରାଜାଙ୍କ ରୂପରେ କଳାକାର (ଲରେନ୍ସ ), ମହାରାଣୀ ଭୂମିକାରେ( ସୋଫିଆ ଆଲମ ),ମହମ୍ଦ ତକ୍କି ଖାନ ଭୂମିକାରେ (ପ୍ରକାଶ ଜେନା),ରଜିଆ ଭୂମିକାରେ (ଶ୍ରଦ୍ଧା ପାଣିଗ୍ରାହି ), ସରଦେଇ ଭୂମିକାରେ (ମନିସାରଥ) ନିଜର ଶେଷ ପ୍ରୟାସ ଲଗାଇ ନାଟକଟିକୁ ସାହିତ୍ୟ ଏକାଡେମୀ ପୁରଷ୍କାର ପାଇବାର ଯୋଗ୍ୟ ବନାଇପାରିଛନ୍ତି । ଏହି କଳାକାର ମାନଙ୍କର ଅଭିନୟ ଜଗନ୍ନାଥ ପ୍ରେମୀମାନଙ୍କ ଆଖିରେ ଲୁହ ଭରିଦେବ । ଏପରି ଏକ ନାଟକକୁ ଆମ ସମସ୍ତଙ୍କୁ ଥରେ ମାତ୍ର ଜୀବନରେ ଦେଖିବା ଆବଶ୍ୟକ । ଏହା କୌଣସି ନେଟଫ୍ଲିକ୍ସ କିମ୍ବା ଆମାଜନ ପ୍ରାଇମ କି ହଷ୍ଟାର, ଭୁଟ୍ ରେ ଆସେନି । ଏହା ସିଧାସଳଖ ଦର୍ଶକ ମାନଙ୍କ ସାମ୍ନାରେ ମଞ୍ଚରେ ଦେଖାଯାଏ ।