IAS ଆଶାୟୀଙ୍କ ମୃତ୍ୟୁ , ବନ୍ଧା ହେଲା କୋଚିଂ ସେଣ୍ଟର ମାଲିକ ..
1 min readରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ଜୀବନ ନେଲା ବର୍ଷା ଜଳ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟରର ତଳ ମହଲାରେ ପଶିଲା ଡ୍ରେନ ପାଣି । ଫଳରେ 3 ଜଣ ଛାତ୍ରୀଙ୍କ ମୃତ୍ୟୁ ହେବା ଘଟଣା ଏବେ ତୀବ୍ର ରୂପ ନେବାରେ ଲାଗିଛି । ମୃତ 3 ଛାତ୍ର ଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।
ତିନି ଜଣ ଛାତ୍ର ଛାତ୍ରୀଙ୍କ ମୃତଦେହ ତଳ ମହଲାରୁ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର କରି ଚିହ୍ନଟ କରାଯାଇଛି । ମୃତ ଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ ଡାଲଭିନ (କେରଳ) ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ପୁଲିସ ଏକ ଅପରାଧିକ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।