Pratidin TV

Odisha's Digital News Platform

ଏହି କାରଣ ପାଇଁ ବିବାହର ୩ ମିନିଟ ରେ ଛାଡ଼ପତ୍ର ଦେଲା ସ୍ତ୍ରୀ …

1 min read

ବିବାହର ୩ ମିନିଟ୍‌ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଯାହା ସମସ୍ତଙ୍କ ଚକିତ କରିଛି । ଏମିତି ଘଟଣା ବି ସାରା ଦୁନିଆ ପାଇଁ ମଧ୍ୟ ବିରଳ । ତେବେ ଦୁନିଆରେ ଅନେକ ସମୟରେ ବହୁ ଅଜବ ଘଟଣା ସାମ୍ନାକୁ ଆସିଥାଏ । ଯାହା ଶୁଣି ସହଜରେ ବିଶ୍ବାସ କରିହୁଏ ନାହିଁ । ଆଉ କେତେକ ଘଟଣାକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର ହୋଇଥାଏ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସମସ୍ତେ ତାଜୁବ ।  ଏକ ନବ ବିବାହିତ ଯୋଡ଼ି ବିବାହର ମାତ୍ର ୩ ମିନିଟ୍‌ ମଧ୍ୟରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି।  ନବ ବିବାହିତ ଯୋଡ଼ି କୋର୍ଟ ମ୍ୟାରେଜ୍‌ କରିଥିଲେ।

ବିବାହର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ଯେତେବେଳେ ଉକ୍ତ ଦମ୍ପତି କୋର୍ଟରୁ ବାହାରିଥିଲେ, ସେତେବେଳେ କନ୍ୟାଜଣକ ଝୁଣ୍ଟି ପଡ଼ିଥିଲେ। ଏତିକିବେଳେ ନବ ବିବାହିତ ବର ତାଙ୍କୁ ମୂର୍ଖ ବୋଲି କହିଥିଲେ। ସ୍ବାମୀଙ୍କ ଏହି ବିବୃତ୍ତିକୁ କନ୍ୟାଜଣକ ସହ୍ୟ କରି ନ ପାରି କ୍ରୋଧିତ ହୋଇ ଯାଇଥିଲେ। ବହୁ ଯୁକ୍ତିତର୍କ ପରେ କନ୍ୟାଜଣକ ପୁନଶ୍ଚ କୋର୍ଟରେ ପହଞ୍ଚି ସେମାନଙ୍କ ବିବାହକୁ ରଦ୍ଦ କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କନ୍ୟାଙ୍କ ଅଭିଯୋଗ ଶୁଣି ପ୍ରଥମେ ଜଜ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ରାଜି ହୋଇ ଉକ୍ତ ବିବାହକୁ ରଦ୍ଦ କରିଥିଲେ। ଯାହା ଇତିହାସରେ ବିରଳ ଘଟଣା ବୋଲି କୁହାଯାଏ ।ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ୨୦୧୯ରେ କୁଏତରେ ଘଟିଛି ବୋଲି କୁହାଯାଉଛି । ଏହି ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବହୁ ଲୋକ ଏଭଳି ନିଷ୍ପତ୍ତି ପାଇଁ କନ୍ୟାକୁ ପ୍ରଶଂସା କରୁଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *