Pratidin TV

Odisha's Digital News Platform

ମନୁ ଭାକରଙ୍କ ଟ୍ରେନିଂ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର…. ଖୁଲାସା କଲେ କ୍ରୀଡ଼ାମନ୍ତ୍ରୀ

1 min read

ଆରମ୍ଭ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଲିମ ପଛରେ କରାଯାଇଥିବା କଠିନ ପରିଶ୍ରମ ଏବଂ ଖର୍ଚ୍ଚ ବିଷୟରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ଜିତିଛନ୍ତି ଯୁବ ଶୁଟର ମନୁ ଭାକର। ସେ ପ୍ରଥମ ଭାରତୀୟ ମହିଳା ଭାବେ ବନ୍ଧୁକ ଚାଳନାରେ ପଦକ ହାତେଇଛନ୍ତି | ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମନୁ ଭାକରଙ୍କ ତାଲିମ ପଛରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ତା’ର ତଥ୍ୟ ଦେଇଛନ୍ତି |

ମନୁଙ୍କ ବିଜୟ ପରେ ମାଣ୍ଡବ୍ୟ ଗଣମାଧ୍ୟମକୁ କହିଛନ୍ତି, ”ମନୁଙ୍କ ପ୍ରଶିକ୍ଷଣ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏଥିପାଇଁ ତାଙ୍କୁ ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡକୁ ପଠାଯାଇଛି। ଅଲିମ୍ପିକ୍ସରେ ଅନ୍ୟ ଆଥଲେଟ୍ମାନେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଆମେ ସମସ୍ତ ଆଥଲେଟଙ୍କୁ ଏହି ଇକୋସିଷ୍ଟମ୍ ଯୋଗାଉଛୁ ଯାହା ଦ୍ୱାରା ସେମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସର୍ବୋତ୍ତମ ପ୍ରଦର୍ଶନ ଦିଅନ୍ତୁ ମୁଁ ନିଶ୍ଚିତ ଯେ ଆମର ଆଥଲେଟମାନେ ପ୍ୟାରିସ୍ ଅଲିମ୍ପିକ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ।”

ମାଣ୍ଡବ୍ୟ ଆହୁରି କହିଛନ୍ତି, , “ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ବ୍ରୋଞ୍ଜ ପଦକ ଜିତି ମନୁ ଭାକର ଭାରତକୁ ଗର୍ବିତ କରିଛନ୍ତି। ସେ କହିଛନ୍ତି ଯେ ମନୁ ‘ଖେଲୋ ଇଣ୍ଡିଆ’ର ଏକ ଅଂଶ। ମୁଁ ଏହା କହି ଖୁସି ଅଟେ ଯେ, ପ୍ରଧାନମନ୍ତ୍ରୀ ମୋଦି ‘ଖେଲୋ ଇଣ୍ଡିଆ’ ଆରମ୍ଭ କରିଥିଲେ ଏବଂ ଏହି ପଦକ୍ଷେପ ଅନୁଯାୟୀ ଦେଶରେ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଥିଲା। କ୍ରୀଡା ପ୍ରତିଯୋଗିତା ବୃଦ୍ଧି କରାଯାଇଥିଲା ଏବଂ ବିଦ୍ୟାଳୟ ଏବଂ କଲେଜ ସ୍ତରରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରିବା ପାଇଁ ଯୋଜନାଗୁଡ଼ିକ ଆରମ୍ଭ ହୋଇଥିଲା। ଯେଉଁଠି ମନୁଙ୍କ ଭଳି ପ୍ରତିଭାଙ୍କୁ ସେଠାରେ ଚିହ୍ନଟ କରାଯାଇ ସେମାନଙ୍କୁ ଭଲ ତାଲିମ ପ୍ରଦାନ କରାଯାଇଥିଲା ଏବଂ TOPS ସ୍କିମ୍ ଅଧୀନରେ ସେମାନଙ୍କୁ ଉନ୍ନତ ଟ୍ରେନିଂ ପାଇଁ ଆର୍ଥିକ ସହଯୋଗ ଦିଆଯାଇଥିଲା।”

ଏହାସହ ଆମେ ସବୁ ଖେଳାଳିଙ୍କୁ ଏ ପ୍ରକାରର ସୁବିଧା ଯୋଗାଇ ଆସୁଛୁ। କାରଣ ସେମାନେ ଯେମିତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ କରପାରିବେ, ଆମେ ତାକୁ ନିଶ୍ଚିତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଏଥିସହ ଦେଶର ଆଥଲେଟମାନେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଭଲ କରିପାବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *