Pratidin TV

Odisha's Digital News Platform

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ; ଦେଢଶହରୁ ଅଧିକ ଆହତ,୨ ଯାତ୍ରୀ ମୃତ୍ୟୁ, ୩ ଟ୍ରେନ୍ ବାତିଲ୍

1 min read

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଟ୍ରେନର ୧୮ଟି ବଗି ଲାଇନଚ୍ଯୁତ ହୋଇଛି। ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନ ଲାଇନଚ୍ଯୁତ ହୋଇଥିବା ଜଣାପଜିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ଲାଇନଚ୍ଯୁତ ହୋଇଥିଲା ଏହି ଟ୍ରେନ।

ଆହତଙ୍କୁ ଉଦ୍ଧାର ଲାଗି ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିବାରେ ଲାଗିଛନ୍ତି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳ ଅଭିମୁଖେ ଏନଡିଆରଏଫର ଟିମ ବାହାରିଛି। ଟ୍ରେନ ଲାଇନଚ୍ଯୁତ ନେଇ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି ହୋଇଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏନଡିଆରଏଫର ଟିମ ଉପସ୍ଥିତ ଅଛନ୍ତି।

Advertisement

ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି। ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ବାତିଲ। ସେହିପରି ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ୍ ଓ ୮ଟି ଟ୍ରେନ୍‌ର ବଦଳିଲା ଗତିପଥ। ଘଟଣାସ୍ଥଳ ଅଭିମୁଖେ ଏନଡିଆରଏଫର ଟିମ ବାହାରିଛି। ଟ୍ରେନ ଲାଇନଚ୍ଯୁତ ନେଇ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି ହୋଇଛି।

ହାୱଡା ଷ୍ଟେଶନରେ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଏହି ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ଜାରି ହୋଇଛି। ରାଉରକେଲା ପାଇଁ ହେଲପ ଲାଇନ୍ ନମ୍ବର- 0661-2501072/2500244/2500191/2500171, ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର- 06645-272530, ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର- 72770, 06587-238072 ଓ ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର- 0657-2290324, RLY-73523

Leave a Reply

Your email address will not be published. Required fields are marked *